ETV Bharat / business

ସଙ୍କଟରେ ବିଏସଏନଏଲ, ଅଧା କର୍ମଚାରୀଙ୍କୁ ଦେବ ଭିଆରଏସ - ଭିଆରଏସ

ଆର୍ଥିକ ମାନ୍ଦାବସ୍ଥା ଭିତରେ ରାଷ୍ଟ୍ରାୟତ୍ତ ଟେଲିକମ ସେବା କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ତାର ଅଧା କର୍ମଚାରୀଙ୍କୁ କାଢିବ । ଏଥିଲାଗି ଭିଆରଏସ (ସ୍ବେଚ୍ଛାକୃତ ଅବସର) ପନ୍ଥା ଆପଣାଇବ କମ୍ପାନୀ।

ଡିଜାଇନ ଫଟୋ
author img

By

Published : Sep 5, 2019, 4:35 PM IST

ନୂଆଦିଲ୍ଲୀ: ସଙ୍କଟରେ ରାଷ୍ଟ୍ରାୟତ୍ତ ଟେଲିକମ ସେବା କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) । ମାନ୍ଦାବସ୍ଥା ମାଡ ଭିତରେ ଅଣନିଶ୍ବାସୀ ଏହି ସରକାରୀ ଟେଲିକମ କମ୍ପାନୀ । ପରିସ୍ଥିତି ଏପରି ଯେ, କର୍ମଚାରୀଙ୍କୁ ଦରମା ଦେବାକୁ ବି କମ୍ପାନୀ ଅସମର୍ଥ। ସରକାଙ୍କ ସତପ୍ରଚେଷ୍ଟା ସତ୍ତ୍ବେ ସୁଧୁରୁନି ସ୍ଥିତି । ଏଥିଯୋଗୁଁ ଆଗାମୀ ଦିନରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ଭିଆରଏସ (ସ୍ବେଚ୍ଛାକୃତ ଅବସର) ପନ୍ଥା ଆପଣାଇବାକୁ କମ୍ପାନୀ ଯୋଜନା କରୁଛି । ଏନେଇ ବିଏସଏନଏଲର ଅଧ୍ୟକ୍ଷ ପ୍ରବାଣ ପୁରଓ୍ଵାର ଜଣାଇଛନ୍ତି।

କର୍ମଚାରୀଙ୍କ ଖର୍ଚ୍ଚ ମୋଟ ଆୟର 75 ପ୍ରତିଶତ । ଆଉ ଏଭଳି ମାନ୍ଦାବସ୍ଥାରେ କମ୍ପାନୀର ରାଜସ୍ବ ମଧ୍ୟ କମିବାରେ ଲାଗିଛି । ଏଥିସହ ଅନ୍ୟ ଟେଲିକମ କମ୍ପାନୀ ତୁଳନାରେ ବିଏସଏନଏଲ କର୍ମଚାରୀଙ୍କ ସଂଖ୍ୟା ବହୁ ଅଧିକ । ଏଣୁ ଭିଆରଏସ ମାଧ୍ୟମରେ 70ରୁ 80 ହଜାର କର୍ମଚାରୀଙ୍କୁ କାଢିବା ପାଇଁ କମ୍ପାନୀ ବିଚାର କରୁଛି ବୋଲି ପ୍ରବାଣ କହିଛନ୍ତି।

ତେବେ କର୍ମଚାରୀଙ୍କ ଭବିଷ୍ୟତକୁ ନଜରରେ ରଖି ଏହି ଭିଆରଏସକୁ ଅଧିକ ଆକର୍ଷଣୀୟ କରାଯିବ । ଯେପରେ ବିନା କୌଣସି କଷ୍ଟ ବା ଚାପରେ କର୍ମଚାରୀ ଏହାକୁ ଗ୍ରହଣ କରିପାରିବ। ଏହା ପରେ କମ୍ପାନୀ କାମରେ ଯେପରି ବାଧା ନ ଉପୁଜିବ ସେଥିପାଇଁ ମାସିକ ଠିକା ଆକାରରେ କାମ କରିବାକୁ ଚାହୁଁଥିବା ଲୋକଙ୍କୁ ନିଯୁକ୍ତି ଦିଆଯିବ।

ତେବେ ଏତେ ପରିମାଣର ଯିବା ପରେ ବି କମ୍ପାନୀ ପାଖରେ ଆହୁରି ଲକ୍ଷେ କର୍ମଚାରୀ ରହିବା ନେଇ ପ୍ରବାଣ ସୂଚନା ଦେଇଛନ୍ତି । ସେପଟେ କମ୍ପାନୀ ତାର ଟାୱର ସଂଖ୍ୟା ବୃଦ୍ଧି କରି ତାହାକୁ ଭଡାରେ ଦେଇ ରାଜସ୍ବ ଆଦାୟ ନେଇ ମଧ୍ୟ ଲକ୍ଷ୍ୟ ରଖିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.