ETV Bharat / business

ବିଏସଏନଏଲର ନୂଆ ପ୍ଲାନ, ମିଳିବ ଏହି ସବୁ ସୁବିଧା - BSNL 399 PREPAID PLAN

ବିଏସଏନଏଲର 399 ଟଙ୍କା ମୂଲ୍ୟର ନୂଆ ପ୍ଲାନ । ଅଗଷ୍ଟ 15 ଯାଏଁ ରହିଛି ରିଚାର୍ଜ ଡେଡଲାଇନ । ଏଥିରେ ମିଳିବ ଏହି ସବୁ ସୁବିଧା ଓ ସେବା । ଅଧିକ ପଢନ୍ତୁ..

ବିଏସଏନଏଲର ନୂଆ ପ୍ଲାନ , ମିଳିବ ଏହି ସବୁ   ସୁବିଧା

author img

By

Published : Aug 13, 2020, 5:32 PM IST

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସଏନଏଲ)ର ନୂଆ ରିଚାର୍ଜ ପ୍ଲାନ ଘୋଷଣା ହୋଇଛି । 399 ଟଙ୍କାର ଏହି ପ୍ରିପେଡ ପ୍ଲାନରେ ଆପଣଙ୍କୁ ମିଳିବ ବହୁତ କିଛି ସୁବିଧା ।

ପ୍ରତିଦିନ ମିଳିବ 1 ଜିବି ଡାଟା ସହ ଫ୍ରି କଲିଂ ସୁବିଧା । ଏହି କଲିଂରେ ହୋମ, ନ୍ୟାସନାଲ ରୋମିଂ ନମ୍ବର ମଧ୍ୟ ସାମିଲ ରହିଛି । ଏହି ରିଚାର୍ଜ ପ୍ଲାନର ବୈଧତା 80 ଦିନ ରହିଛି । ସମସ୍ତ ନେଟୱର୍କରେ ଅନଲିମିଟେଡ କଲିଂ ପାଇଁ ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ 250 ମିନିଟ ମିଳିବ । ଏଥିସହ ଦୈନିକ 100 ଏସଏମଏସ ସୁବିଧା ମିଳିବ ।

ଏହା ବ୍ୟତୀତ କମ୍ପାନୀ 399 ଟଙ୍କା ମୂଲ୍ୟର ଟାରିଫ ଓ 1699 ଟଙ୍କାର ରିଚାର୍ଜ ଭାଉଚର 2 circles ବନ୍ଦ କରିଦେଇଛି ।

କମ୍ପାନୀ ପକ୍ଷରୁ ଅଣାଯାଇଥିବା ଏହି ନୂଆ 399 ଟଙ୍କାର ପ୍ଲାନକୁ କେବଳ ଅଗଷ୍ଟ 15 ଯାଏଁ ରିଚାର୍ଜ କରାଯାଇପାରିବ । ନୂଆ 399 ଟଙ୍କାର ପ୍ଲାନ ଆସିବା ସହ ପୁରୁଣା 399 ଟଙ୍କାର ଟାରିଫ ଭାଉଚରକୁ ବନ୍ଦ କରାଯାଉଛି । ଏ ନେଇ କମ୍ପାନୀ ୱେବସାଇଟରେ ଘୋଷଣା ହୋଇଛି ।

ନୂଆ ପ୍ଲାନରେ ୟୁଜର୍ସଙ୍କୁ ଦୈନିକ 1 ଜିବି ହାଇସ୍ପିଡ ଡାଟା ମିଳିବ । FUP ଲିମିଟ ପୁରା ହେବା ପରେ ଏହାର ସ୍ପିଡ ହ୍ରାସ ହୋଇ 80kbps ରହିଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.