ETV Bharat / business

ଲକଡାଉନ: ପ୍ରପିପେଡ କନେକ୍ସନ ବୈଧତା ବଢାଇଲା ବିଏସଏନଏଲ - BSNL

ମେ 5 ଯାଏଁ ବିଏସଏନଏଲର ଇନକମିଙ୍ଗ କଲ ଫ୍ରି । ଯଦିଓ ଆପଣଙ୍କ ଆକାଉଣ୍ଟ ରିଚାର୍ଜ ହୋଇନାହିଁ ତଥାପି ଆପଣ ମୋବାଇଲ ସେବାକୁ ବଞ୍ଚିତ ହେବେ ନାହିଁ । ଅଧିକ ପଢ଼ନ୍ତୁ...

BSNL extends prepaid connection validity till May 5
ଲକଡାଉନ: ପ୍ରପିପେଡ କନେକ୍ସନ ବୈଧତା ବଢାଇଲା ବିଏସଏନଏଲ
author img

By

Published : Apr 19, 2020, 2:04 AM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଗ୍ରାହକଙ୍କୁ ଉପଶମ ଦେଇଛି ରାଷ୍ଟ୍ରୀଯ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) । ରିଚାର୍ଜ ହୋଇନଥିଲେ ମଧ୍ୟ ପ୍ରିପେଡ ଗ୍ରାହକଙ୍କ କନେକ୍ସନ ବୈଧତା ମେ 5 ପର୍ଯ୍ୟନ୍ତ ଜାରି ରହିବ ।

ଏହା ଦ୍ବାରା ଉପଭୋକ୍ତାଙ୍କ ଫୋନରେ ଇନକମିଙ୍ଗ କଲ ଆସୁଥିବ । କମ୍ପାନୀ ନିଜ ବିବୃତ୍ତିରେ କହିଛି ଯେ, ଯେଉଁ ପ୍ରିପେଡ ଗ୍ରାହକ ଲକଡାଉନ ମଧ୍ୟରେ ନିଜ ଫୋନ ରିଚାର୍ଜ କରିପାରୁନାହାନ୍ତି, ସେମାନଙ୍କ ସୁବିଧା ପାଇଁ ଇନକମିଙ୍ଗ କଲକୁ ଜାରି ରଖାଯିବ ।

ତେବେ ଏହି ସେବା ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ପ୍ରକାଶ ଯେ, ବିଏସଏନଏଲ ନିଜ ଗ୍ରାହକଙ୍କ ଫୋନ ରିଚାର୍ଜ ପାଇଁ ଟୋଲ ଫ୍ରି ହେଲଲାଇନ ନମ୍ବର ଆରମ୍ଭ କରିଛି । ଏହି ସୁବିଧା ବର୍ତ୍ତମାନ କେତେକ ସ୍ଥାନରେ ଉପଲବ୍ଧ । ଆଗାମୀ 22ରୁ ଏହା ସମସ୍ତ ସ୍ଥାନରେ କାର୍ଯ୍ୟକାରୀ ହେବ ।

ସଙ୍କଟର ଏହି ସମୟରେ ବିଏସଏନଏଲ ତାର ଗ୍ରାହକଙ୍କ ସହ ମଜବୁତ ସହ ଠିଆ ହୋଇଛି । ତେବେ ଗ୍ରାହକ ସେମାନଙ୍କ ଆକାଉଣ୍ଟ ରିଚାର୍ଜ ପାଇଁ ଡିଜିଟାଲ ମାଧ୍ୟମର ବ୍ୟବହାର କରନ୍ତୁ ବୋଲି ବିଏନଏନଏଲ ସିଏମଡି ପିକେ ପୁରୱାର କହିଛନ୍ତି ।

@ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.