ETV Bharat / business

ଏବେ ବିଏସ-6 ମାନକ ଗାଡିରେ ଲଗାଇବାକୁ ପଡିବ ଗ୍ରୀନ ଷ୍ଟିକର - ବିଏସ 6 ଗାଡିର ଚିହ୍ନଟ

2020 ଏପ୍ରିଲରୁ ବିଏସ-6 ଗାଡି ଉପଲବ୍ଧ । ତେବେ ଏଭଳି ଯାନଗୁଡିକୁ ପୃଥକ ଭାବରେ ଚିହ୍ନଟ ପାଇଁ ଏଥିରେ ଗ୍ରୀନ ଷ୍ଟିକର ଲଗାଇବା ବାଧ୍ୟମତାମୂଳକ କରିଛନ୍ତି ସରକାର । ଅଧିକ ପଢନ୍ତୁ..

bs vi compliant vehicles to display green sticker
ଏବେ ବିଏସ-6 ମାନକ ଗାଡିରେ ଲଗାଇବାକୁ ପଡିବ ଗ୍ରୀନ ଷ୍ଟିକର
author img

By

Published : Jun 8, 2020, 2:32 PM IST

ନୂଆଦିଲ୍ଲୀ: ଏଣିକି ବିଏସ-6 ମାନକ ଯାନରେ 1 ସେଣ୍ଟିମିଟରର ସବୁଜ ଷ୍ଟିକର ଲଗାଇବାକୁ ପଡିବ । ଏଭଳି ଗାଡିରେ ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ କରିଛନ୍ତି ସରକାର । 2020 ଅକ୍ଟୋବର ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ।

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ, ବିଏସ-6 ଇନ୍ଧନ ମାନଯୁକ୍ତ ଗାଡିର ତୃତୀୟ ପଞ୍ଜିକରଣ ନମ୍ବର ପ୍ଲେଟ ଉପରେ ଏହି ଗ୍ରୀନ ଷ୍ଟିକରକୁ ଲଗାଇବାକୁ ହେବ ।

ମୋଟର ଯାନ(ଉଚ୍ଚ ସୁରକ୍ଷା ପଞ୍ଜିକରଣ ପ୍ଲେଟ) ଆଦେଶ 2018ରେ ସଂଶୋଧନ ଜରିଆରେ ଏହି ଆଦେଶ ଜାରି କରାଯାଇଛି । ଏହା ପୂର୍ବରୁ ସରକାର କହିଥିଲେ କି, 2019 ଏପ୍ରିଲ ପହିଲାରୁ ସମସ୍ତ ମୋଟର ଯାନ ଉପରେ ଉଚ୍ଚ ନିରାପତ୍ତା ପଞ୍ଜିକରଣ ନମ୍ବର ପ୍ଲେଟ (HSRP)ଲଗାଯିବ । ଯାହା ସହିତ କୌଣସି ପ୍ରକାର ଟାମ୍ପରିଂ କରାଯିବ ନାହିଁ ।

ମନ୍ତ୍ରାଳୟର ଏକ ଅଧିକାରୀ କହିଛନ୍ତି କି, 2020 ଏପ୍ରିଲରୁ ବିଏସ-6 ଗାଡି ଉପଲବ୍ଧ । ତେବେ ଏଭଳି ଯାନଗୁଡିକୁ ପୃଥକ ଭାବରେ ଚିହ୍ନଟ ପାଇଁ ଏହାର ବ୍ୟବସ୍ଥା କରିବା ଉଚିତ । ଅନ୍ୟ ଦେଶରେ ମଧ୍ୟ ଏଭଳି ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.