ETV Bharat / business

ଶୀଘ୍ର ସାରନ୍ତୁ କାମ, ଏପ୍ରିଲରେ 14 ଦିନ ବନ୍ଦ ବ୍ୟାଙ୍କ: ଦେଖନ୍ତୁ ଲିଷ୍ଟ... - Bank close

ଛୁଟିଦିନର ଯାଞ୍ଚ କରନ୍ତୁ ବ୍ୟାଙ୍କ ଗ୍ରାହକ । ଆଉ ସେହି ଅନୁଯାୟୀ ସେମାନଙ୍କ ବ୍ୟାଙ୍କ ପରିଦର୍ଶନ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି..

Banks to remain closed for 14 days in April: Check full holiday list here

author img

By

Published : Mar 23, 2021, 8:02 PM IST

ନୂଆଦିଲ୍ଲୀ: ଯଦି ଆପଣ ଆସନ୍ତା ମାସ ପାଇଁ କୌଣସି ବ୍ୟାଙ୍କ କାମ ରଖିଛନ୍ତି , ତେବେ ଶୀଘ୍ର ନିଜ ପ୍ଲାନିଂ ବଦଳାଇ ସାରିନିଅନ୍ତୁ ସବୁ କାମ । ବିଭିନ୍ନ ପାର୍ବଣ ଓ ରବିବାର , ଶେଷ ଶନିବାର ଯୋଗୁଁ ବନ୍ଦ ରହିବ ବ୍ୟାଙ୍କ ସେବା । ଏଣୁ କ୍ୟାଲେଣ୍ଡର ଦେଖି ବ୍ୟାଙ୍କ ସହ ଜଡିତ କାମ ଶୀଘ୍ର ଶେଷ କରନ୍ତୁ ।

ପ୍ରତି ମାସରେ ରବିବାର ସହ ଦ୍ବିତୀୟ ଓ ଶେଷ ଶନିବାର ବ୍ୟାଙ୍କ ସେବା ବନ୍ଦ ରହିଥାଏ । ତେବେ ଏଥର ବ୍ୟାଙ୍କ 14 ଦିନ ଅର୍ଥାତ ମାସର ପ୍ରାୟ ଅଧା ଦିନ ବ୍ୟାଙ୍କ ସେବା ବାଧାପ୍ରାପ୍ତ ଯୋଗୁଁ ଗ୍ରାହକଙ୍କୁ ହଇରାଣ ହେବାକୁ ପଡିପାରେ ।

ଏପ୍ରିଲ ମାସରେ ବ୍ୟାଙ୍କର ପ୍ରଥମ ୱାର୍କିଂ ଡେ ଏପ୍ରିଲ 3 ରେ ହେବ । ଅର୍ଥାତ ମାସ ଆରମ୍ଭର 2 ଦିନ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସରେ ମୋଟ 14 ଦିନ ବ୍ୟାଙ୍କ ବନ୍ଦ ରହିବ । ତେବେ ଆସନ୍ତୁ ଜାଣିବା ଏପ୍ରିଲ ମାସରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ ?

  • ଏପ୍ରିଲ -1 - ଗୁରୁବାର- ନୂଆ ଆର୍ଥିକ ବର୍ଷ ଆରମ୍ଭ ଯୋଗୁଁ ବ୍ୟାଙ୍କର ବାର୍ଷିକ ଆକାଉଣ୍ଟସ ବନ୍ଦ / ଉତ୍କଳ ଦିବସ
  • ଏପ୍ରିଲ-2 - ଶୁକ୍ରବାର- ଗୁଡ ଫ୍ରାଇଡେ
  • ଏପ୍ରିଲ- 4 - ରବିବାର
  • ଏପ୍ରିଲ 5- ସୋମବାର- ବାବୁ ଜଗଜୀବନ ଜନ୍ମବାର୍ଷିକୀ
  • ଏପ୍ରିଲ 13- ମଙ୍ଗଳବାର- ଉଗାଡି, ତେଲୁଗୁ ନୂଆ ବର୍ଷ , ବୋହାଗ, ବିହୁ, ଗୁଡି ପର୍ବ, ବୈଶାଖୀ
  • ଏପ୍ରିଲ -14- ବୁଧବାର- ମହାବିଷୁବ ସଂକ୍ରାନ୍ତି , ବେହାର ବିହୁ, ବାବା ସାହେବ ଆମ୍ବେଦକର ଜୟନ୍ତୀ
  • ଏପ୍ରିଲ -15- ବୁଧବାର- ବଙ୍ଗାଳୀ ନୂଆ ବର୍ଷ , ହିମାଞ୍ଚଳ ଡେ
  • ଏପ୍ରିଲ-16 - ଶୁକ୍ରବାର- ବିହୁ ଯୋଗୁଁ ଗୌହାଟି , ଆସାମରେ ସବୁ ବ୍ୟାଙ୍କ ବନ୍ଦ
  • ଏପ୍ରିଲ -18- ରବିବାର
  • ଏପ୍ରିଲ-21- ମଙ୍ଗଳବାର-ଶ୍ରୀ ରାମ ନବମୀ, ଗୁରୁବାର
  • ଏପ୍ରିଲ 24- ଚତୁର୍ଥ ଶନିବାର
  • ଏପ୍ରିଲ 25 - ରବିବାର

ହଁ ଜାଣି ରଖନ୍ତୁ ବ୍ୟାଙ୍କ ଚଳିତ ମାସର ମାର୍ଚ୍ଚ 27 ରୁ 29 ମଧ୍ୟ ବନ୍ଦ ରହିବ । ଚତୁର୍ଥ ଶନିବାର , ରବିବାର ଓ ହୋଲି କ୍ରମାଗତ ରହିଥିବା ବ୍ୟାଙ୍କ ବନ୍ଦ ରହିବ । ପୁଣି ମାର୍ଚ୍ଚ 31 ରେ ବ୍ୟାଙ୍କ ଶାଖା ଖୋଲିବ । ତେବେ ଆର୍ଥିକ ବର୍ଷର ଶେଷ ଦିନରେ ବ୍ୟାଙ୍କ କାମ ରହିଥିବାରୁ ସେହି ଦିନ ଗ୍ରାହକ ବ୍ୟାଙ୍କକୁ ପ୍ରବେଶ କରିପାରନ୍ତି ନାହିଁ । ଆରବିଆଇ କ୍ୟାଲେଣ୍ଡର ଅନୁସାରେ ସମଗ୍ର ଭାରତରେ ଦ୍ବିତୀୟ ଶନିବାର ଏବଂ ହୋଲି ପର୍ବ ହେତୁ 27ରୁ29 ମାର୍ଚ୍ଚ କ୍ରମାଗତ ଭାବରେ ତିନି ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ପାଟନାରେ ବ୍ୟାଙ୍କଗୁଡିକ ମାର୍ଚ୍ଚ 30 ରେ ମଧ୍ୟ ବନ୍ଦ ରହିବ । ପାଟନାରେ ଥିବା ବ୍ୟାଙ୍କଗୁଡିକ ଦୁଇ ଦିନିଆ ହୋଲି ବ୍ରେକ ପାଆନ୍ତି । ଏହାର ଅର୍ଥ ପାଟନାରେ ବ୍ୟାଙ୍କ ଶାଖା ଲଗାତାର ଚାରି ଦିନ ବନ୍ଦ ରହିବ ।

ମନେରଖନ୍ତୁ ଯେ ବ୍ୟାଙ୍କ ଛୁଟି କିଛି ରାଜ୍ୟ ଦ୍ବାରା ପାଳନ କରାଯାଏ ନାହିଁ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରାଜ୍ୟ ଅନୁଯାୟୀ ଭିନ୍ନ ହୋଇପାରେ ଅର୍ଥାତ ବ୍ୟାଙ୍କ ଛୁଟି ସମଗ୍ର ଦେଶରେ ସମାନ ଭାବରେ ପାଳନ କରାଯାଏ ନାହିଁ । ସମଗ୍ର ଦେଶରେ ବ୍ୟାଙ୍କଗୁଡିକ କେବଳ gazetted ଛୁଟିଦିନ ପାଳନ କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.