ମୁମ୍ବାଇ : ବଜାଜ ଅଟୋ ଆଣିଛି ତାର ନୂଆ ମଡେଲ ‘ଚେତକ ଇଲେକ୍ଟ୍ରୋନିକ ସ୍କୁଟର’ । ଜାନୁଆରୀ 15ରୁ ଏହାର ବୁକିଙ୍ଗ ଆରମ୍ଭ ହେବ । ମଙ୍ଗଳବାର କମ୍ପାନୀ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି ।
କମ୍ପାନୀ କହିଛି ଯେ, ଚେତକର ଇଲୋକ୍ଟ୍ରୋନିକର 2ଟି ସଂସ୍କରଣ ଅର୍ବନ ଓ ପ୍ରିମିୟମ ଅଣାଯାଉଛି । ସୋରୁମରେ ଡ୍ରମ ବ୍ରେକ ଥିବା ଚେତକ ଅର୍ବନର ଦାମ 1 ଲକ୍ଷ ଟଙ୍କା ଓ ପ୍ରିମିୟମ ସଂସ୍କରଣର ଦାମ 1.15 ଲକ୍ଷ ଟଙ୍କା ରହିବ । ଏହାର ଡେଲିଭରି ଫେବୃଆରୀ ଶେଷ ତାରିଖରେ ଆରମ୍ଭ ହେବ ।
ପ୍ରଥମ ପର୍ଯ୍ୟାୟରେ ପୁନେ ଓ ବେଙ୍ଗାଲୁରୁରେ ଚେତକ ଇଲେକ୍ଟ୍ରୋନିକ ମିଳିବ । ବଜାଜ ଅଟୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି ୟେ, ଏହା 2 ଚକିଆ ଗାଡାରେ ଏକ ନୂଆ ଯୁଗର ଶୁଭରାମ୍ଭ ହେବ । ଚେତକର ୱେବସାଇଟ ଯାଇ ଗ୍ରାହକ 2000 ଟଙ୍କା ଦେଇ ଆଗୁଆ ବୁକିଙ୍ଗ କରିପାରିବେ ।