ETV Bharat / business

କୋଭିଡ ପର ଗ୍ଲୋବାଲ ଅର୍ଥନୀତିକୁ ସହଯୋଗ କରିବ ଆତ୍ମନିର୍ଭର ଭାରତ

author img

By

Published : Nov 18, 2020, 3:02 AM IST

ଦ୍ବାଦଶ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଅଭିଯାନର ସ୍ବତନ୍ତ୍ରତା ଓ କାର୍ଯ୍ୟକାରୀତା ସମ୍ପର୍କରେ ଦର୍ଶାଇଛନ୍ତି । ଏହା କୋଭିଡ ପର ଗ୍ଲୋବାଲ ଅର୍ଥନୀତିକୁ ବଳ ଦେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ..

କୋଭିଡ ପର ଗ୍ଲୋବାଲ ଅର୍ଥନୀତିକୁ ସହଯୋଗ କରିବ ଆତ୍ମନିର୍ଭର ଭାରତ
କୋଭିଡ ପର ଗ୍ଲୋବାଲ ଅର୍ଥନୀତିକୁ ସହଯୋଗ କରିବ ଆତ୍ମନିର୍ଭର ଭାରତ

ନୂଆଦିଲ୍ଲୀ: ମଙ୍ଗଳବାର ଭିଡିଓ କନଫରେନ୍ସିରେ ଦ୍ବାଦଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ, କୋରୋନା ମହାମାରୀ ଓ ଆତ୍ମନିର୍ଭର ଭାରତ ସମେତ ଅନେକ ପ୍ରସଙ୍ଗ ବିଷୟରେ ମତ ରଖିଛନ୍ତି ।

କୋଭିଡ ପରେ ବୈଶ୍ବିକ ଭେଲ୍ୟୁ ଶୃଙ୍ଖଳାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ନେବ ଭାରତ

ଆତ୍ମନିର୍ଭର ଭାରତ ବିଷୟରେ କହି ପିଏମ କହିଛନ୍ତି କି, ‘‘ ଆମେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ଆମ ଦେଶରେ ଏକ ବ୍ୟାପକ ସୁଧାର ପ୍ରକ୍ରିୟା ଆରମ୍ଭ କରିଛୁ । ଆମର ଏହି ଅଭିଯାନ ଭାରତର ବୈଶ୍ବିକ ଭେଲ୍ୟୁ ଚେନରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ଆମର ବିଶ୍ବାସ ରହିଛି ।’’

ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ରହିଛି କି କୋଭିଡ-19 ପରେ ସ୍ବଂୟ ନିର୍ଭର ହୋଇପାରୁଥିବା ଭାରତ ବୈଶ୍ବିକ ଅର୍ଥବ୍ୟବସ୍ଥା ପାଇଁ ‘ଫୋର୍ସ ମଲ୍ଟିପ୍ଲେୟାର’ର ଭୂମିକା ତୁଲାଇପାରିବ । ଏଥିସହ ଅନ୍ୟ ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବାରେ ସହଯୋଗ କରିପାରିବ ।

ଭାରତର କ୍ଷମତାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହାର ଉଦାହରଣ ସମଗ୍ର ବିଶ୍ବ କୋଭିଡ-19 ସମୟରେ ଦେଖିଛି । ଯେବେ ଭାରତୀୟ ଫାର୍ମା ଉଦ୍ୟୋଗର କ୍ଷମତା କାରଣରୁ 150ରୁ ଅଧିକ ଦେଶ ପାଖରେ ଆମେ ଆବଶ୍ୟକ ଔଷଧ ପହଞ୍ଚାଇଥିଲୁ । ଆମର ଭ୍ୟାକ୍ସିନ ଉତ୍ପାଦନ ଓ ଡେଲିଭରି କ୍ଷମତା ମଧ୍ୟ ଏଭଳି ମାନବତା ପାଇଁ କାମରେ ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.