ନୂଆଦିଲ୍ଲୀ: ସେପ୍ଟେମ୍ବର 23 ରେ ଭାରତରେ ଅନଲାଇନ ଷ୍ଟୋର ଲଞ୍ଚ କରିବ ଆପଲ । ଏହି ଅନଲାଇନ ଷ୍ଟୋର ମାଧ୍ୟମରେ ଗ୍ରାହକ ଆପଲର ଭାରତରେ ଉପଲବ୍ଧ ସବୁ ପ୍ରଡକ୍ଟ କିଣିପାରିବେ । ଏଥିସହ କମ୍ପାନୀ ପ୍ରଥମ ଥର ସିଧାସଳଖ ଗ୍ରାହକଙ୍କୁ ସହାୟତା ମଧ୍ୟ ପ୍ରଦାନ କରିବ ।
ବର୍ତ୍ତମାନ ଆପଲର ପ୍ରଡକ୍ଟକୁ ଆମାଜନ କିମ୍ବା ଫ୍ଲିପକାର୍ଟ ଭଳି ଇକମର୍ସ ଷ୍ଟୋର ଜରିଆରେ ଅନଲାଇନ ବିକ୍ରି କରାଯାଉଛି । ହେଲେ ଗ୍ରାହକଙ୍କୁ ପ୍ରତ୍ୟକ୍ଷ ଭାବେ ସୁବିଧା ଯୋଗାଇବାକୁ ଆପଲ ଦୀପାବଳୀ ପୂର୍ବରୁ ଭାରତରେ ନିଜର ପ୍ରଥମ ଅନଲାଇନ ଷ୍ଟୋର ଖୋଲିବା ପାଇଁ କାମ ଜାରି ରଖିଛି ବୋଲି ବ୍ଲୁମବର୍ଗ ସୂଚନା ଦେଇଥିଲା । ଶେଷରେ ସବୁ ଚର୍ଚ୍ଚାର ଅନ୍ତ ସହ ସେପ୍ଟେମ୍ବର 23 ରେ କମ୍ପାନୀ ଏହାର ଅନଲାଇନ ଷ୍ଟୋର ଭାରତରେ ଖୋଲିବ । ଯେଉଁଠି ଗ୍ରାହକ ସେମାନଙ୍କ ପସନ୍ଦର ଆପଲ ପ୍ରଡକ୍ଟ ସିଧା କିଣିପାରିବେ ।
ତେବେ ଭଲ ଖବର କି ଗ୍ରାହକ ଅନଲାଇନ ଷ୍ଟୋରରୁ ସମସ୍ତ ଆପଲ ପ୍ରଡକ୍ଟ ପାଇବା ସହ କ୍ରୟରେ ସହଯୋଗ ପାଇଁ ସେମାନଙ୍କ ପାଖରେ ଆପଲ ସ୍ପେଶାଲିଷ୍ଟ ମଧ୍ୟ ରହିବେ । ଯେଉଁମାନେ କି ୟୁଜର୍ସଙ୍କୁ ସେମାନଙ୍କ କ୍ରୟରେ ସାହାଯ୍ୟ କରିପରିବେ । ଆପଣ Apple Care+କୁ ଅନଲାଇନ ମଧ୍ୟ କିଣିପାରିବେ । ଏହା ଟେକ୍ନିକାଲ ସପୋର୍ଟ ଓ ଆକ୍ସିଡେଣ୍ଟାଲ ଡ୍ୟାମେଲ କଭର ସହ ଆପଣଙ୍କ ବ୍ଯାଟେରୀକୁ 2 ବର୍ଷ ଯାଏଁ ବଢାଇବ ।
ଆପଲ ଅନୁସାରେ ଅର୍ଡର ଦେବାର 24ରୁ 72 ଘଣ୍ଟା ଭିତରେ BlueDart ଦ୍ବାରା କଣ୍ଟାକ୍ଟଲେସ ଡେଲିଭରି ସହ ସମସ୍ତ ଅର୍ଡର ସିପ କରାଯିବ ।