ETV Bharat / business

ମେହୁଲ ଚୋକସୀକୁ ଝଟକା, ଭାରତ ଆସିବା ହେଲା ନିଶ୍ଚିତ ! - Antigua

ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୋକସୀଙ୍କ ମୁଣ୍ଡରେ ବଡ ଚଡକ । ରଦ୍ଦ ହେବ ତାଙ୍କର ଆଣ୍ଟିଗୁଆ ନାଗରିକତ୍ବ । ଏଥିଯୋଗୁଁ ମେହୁଲର ଭାରତ ଆସିବା ରାସ୍ତା ସଫା ହୋଇଛି ।

ଫାଇଲ ଫଟୋ
author img

By

Published : Jun 25, 2019, 4:46 PM IST

ନୂଆଦିଲ୍ଲୀ: ଭାରତ ଆସିବେ ପିଏନବି ସ୍କାମର ମାଷ୍ଟର ମାଇଣ୍ଡ ମେହୁଲ ଚୋକସୀ । ଦୀର୍ଘଦିନ ଧରି ରହିଆସୁଥିବା ତାଙ୍କ ଆଣ୍ଟିଗୁଆ ନାଗରିକତ୍ବ ରଦ୍ଦ ହେବ । ଏନେଇ ଖୋଦ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ଘୋଷଣା କରିଛନ୍ତି । ଏହା ପଛରେ ଭାରତ ସରକାରଙ୍କ ଚାପ ରହିଥିବା ଜଣାପଡିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କୋଟି କୋଟି ଟଙ୍କା ଠକି ନେଲା ପରେ ଚୋସୀ ଆଣ୍ଟିଗୁଆରେ ଆତ୍ମଗୋପନ କରି ରହିଥିଲେ । ବହୁ ଦିନ ଧରି ରହିବା ପରେ ସେଠାରେ ତାଙ୍କୁ ନାଗରିକତ୍ବ ମିଳିଯାଇଥିଲା । ଏହା ପରେ ସେ ଭାରତୀୟ ପାସପୋର୍ଟକୁ ଆଣ୍ଟିଗୁଆ ଉଚ୍ଚଆୟୋଗ ନିକଟରେ ସମର୍ପଣ କରିଥିଲେ । ବାସ ତା ପରଠାରୁ ଭାରତ ସରକାର ମଧ୍ୟ ଚୁପ ବସିନଥିଲେ । ଆଣ୍ଟିଗୁଆ ସରକାରଙ୍କୁ ନିବେଦନ କରି ଚୋକସୀଙ୍କୁ ଦେଶକୁ ଆଣିବାକୁ ଚେଷ୍ଟା ଜାରି ରହିଛି । ଏପରିକି ଯଦି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି ତେବେ ଏୟାର ଆମ୍ବୁଲାନ୍ସ ଜରିଆରେ ମଧ୍ୟ ଭାରତ ଆଣିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

ତେବେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଭାରତ ଆସିବାକୁ ନାରାଜ ଥିବା ଚୋକସୀଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଆସନ୍ତା ମାସ 1 ସୁଦ୍ଧା ଆସିବ । ଏହାପରେ ବିଶେଷଜ୍ଞ ଦଳ ଜୁଲାଇ 9 ରେ ହାଇକୋର୍ଟରେ ନିଜ ରିପୋର୍ଟ ଜମା କରିବ । ଏହି ମାମଲାର ଆଗାମୀ ଶୁଣାଣି ଜୁଲାଇ 10ରେ କରାଯିବ । ତେବେ ଯଦି ସତରେ ଆଣ୍ଟିଗୁଆ ନାଗରିକତ୍ବ ରଦ୍ଦ ହୁଏ, ତେବେ ମେହୁଲଙ୍କ ଭାରତ ଫେରିବା ରାସ୍ତା ସଫା ହୋଇଯିବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.