ETV Bharat / business

ଭୋଟର ଭଗବାନ, ହେଲେ ସାଂସଦଙ୍କ ପାଖରେ ଲକ୍ଷ୍ମୀ ବିରାଜମାନ - voter

ଭୋଟରଙ୍କ ଠାରୁ ଶହ ଶହ ଗୁଣାରେ ଧନୀ ପ୍ରାୟ 82 ପ୍ରତିଶତ ସାଂସଦ । ସାଧାରଣ ଟିକସଦାତାର ବାର୍ଷିକ ଆୟ ତୁଳନାରେ ଜଣେ ସାଂସଦର ସମ୍ପତ୍ତି ପ୍ରାୟ 345.8ଗୁଣା ଅଧିକା ରହିଥାଏ ।

ପ୍ରତିକାତ୍ମକ ଫଟୋ
author img

By

Published : May 28, 2019, 7:48 PM IST

Updated : May 29, 2019, 11:42 AM IST

ନୂଆଦିଲ୍ଲୀ: ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ଜନତା । ଏଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟର ହେଉଛନ୍ତି ଭଗବାନ । କିନ୍ତୁ ଏହି ଭଗବାନ ଏବେ ଫକୀର ଆଉ ସେମାନେ ଚୟନ କରୁଥିବା ସାଂସଦଙ୍କ ଘରେ ବିରାଜମାନ ଲକ୍ଷ୍ମୀ । କୋଟି କୋଟି ସମ୍ପତ୍ତି ସହ ସାଂସଦମାନେ ଆରାମ କରୁଥିବାବେଳେ ତାଙ୍କୁ ବିଜୟର ସ୍ବାଦ ଚଖାଉଥିବା ଭୋଟର ପେଟ ଖାଲି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଜଣେ ସାଧାରଣ ଟିକସଦାତାର ବାର୍ଷିକ ଆୟ ଓ ସାଂସଦଙ୍କ ସମ୍ପତ୍ତି ମଧ୍ୟରେ ଆକାଶ -ପାତାଳ ଫରକ ରହିଛି । ଜଣାପଡିଛି ଯେ, ଜଣେ ସାଂସଦଙ୍କ ପାଖରେ ଯେତେ ସମ୍ପତ୍ତି ରହିଛି । ତାହାକୁ ପାଇବା ପାଇଁ ଜଣେ ମଧ୍ୟବିତ୍ତ ଟିକସଦାତାଙ୍କୁ 346 ବର୍ଷ କସରତ କରିବାକୁ ପଡିବ ।

ସୂଚନା ଅନୁଯାୟୀ, 2014ରେ ଜଣେ ସାଧାରଣ ଟିକସଦାତା ଓ ସାଂସଦ ସମ୍ପତ୍ତି ମଧ୍ୟରେ 299.8 ଗୁଣା ପାର୍ଥକ୍ୟ ରହିଥିଲା । ଏହି ହିସାବ ମୋଟ ଆୟକୁ ନଜରରେ ରଖି ନିର୍ଦ୍ଧାରଣ କରାଯାଇଛି । ତେବେ ବିଗତ 5 ବର୍ଷରେ ଅର୍ଥାତ 2014ରୁ 2019 ମଧ୍ୟରେ ସାଂସଦଙ୍କ ସମ୍ପତ୍ତି ବାର୍ଷିକ 7.3 ପ୍ରତିଶତ ହାରରେ ବୃଦ୍ଧି ପାଇଛି ।

ନିର୍ବାଚନ ସୁଧାର ପାଇଁ କାମ କରୁଥିବା ଏଡିଆର ରିପୋର୍ଟ ଅନୁସାରେ ପ୍ରାୟ 521 ସାଂସଦ ମଧ୍ୟରୁ ପାଖାପାଖି 83 ପ୍ରତିଶତ କୋଟିପତି ରହିଛନ୍ତି ।

Intro:Body:

dfgd

Conclusion:
Last Updated : May 29, 2019, 11:42 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.