ନୂଆଦିଲ୍ଲୀ: ଆମାଜନ, ଫ୍ଲିପକାର୍ଟ ଓ ସ୍ନାପଡିଲ ଭଳି ଇକମର୍ସ କମ୍ପାନୀ ଏଭେ ସେମାନଙ୍କ ପ୍ଲାର୍ଟଫର୍ମରେ ବିକ୍ରି ହେଉଥିବା ଉତ୍ପାଦନ କେଉଁ ଦେଶରୁ ଆସିଛି , ଅର୍ଥାତ ଉତ୍ପାଦର ଉତ୍ପତ୍ତି ଦେଶ ନାଁ କୁ ଦର୍ଶାଇବାକୁ ହେବ । ବୁଧବାର କେନ୍ଦ୍ର ସରକାର ଦିଲ୍ଲୀ ଉଚ୍ଚ ନ୍ୟାୟଳୟଙ୍କୁ ଏ ନେଇ ସୂଚନା ଦେଇଛନ୍ତି ।
କେନ୍ଦ୍ର ପକ୍ଷରୁ ମୁଖ୍ୟ ଜଷ୍ଟିସ ଡି ଏନ ପଟେଲ ଓ ଜଷ୍ଟିସ ପ୍ରତୀକ ଜାଲାନ ଖଣ୍ଡପୀଠ ଆଗରେ ଦାଖଲ ଆଫିଡେଭିଟରେ କୁହାଯାଇଛି କି , ଲିଗାଲ ମେଟ୍ରୋଲୋଜି ଆକ୍ଟ ଆଣ୍ଡ ରୁଲସ ଅଧିନରେ ଇ-କମର୍ସ ସାଇଟକୁ ସୁନିଶ୍ଚିତ କରିବାକୁ ହେବ ଯେ, ଇକମର୍ସର ନେଣଦେଣ ପାଇଁ ବ୍ୟବହୃତ ଡିଜିଟାଲ ଓ ଇଲେକ୍ଟ୍ରୋନିକ ନେଟୱର୍କ ଉପରେ କୌଣସି ଉତ୍ପାଦର ଉତ୍ପତ୍ତି ଦେଶର ନାମ ସୂଚିତ କରାଯାଇଛି ।
କେନ୍ଦ୍ର ସରକାରଙ୍କ ସ୍ଥାୟୀ ପରାମର୍ଶଦାତା ଅଜୟ ଦିଗପାଲଙ୍କ ଜରିଆରେ ଦାଖଲ ଆଫିଡେଭିଡରେ କୁହାଯାଇଛି କି, ଏହି ନିୟମ କାର୍ଯ୍ୟକାରୀ କରିବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ବ ଅଟେ ।
ଦିଗପାଳ କହିଛନ୍ତି କି, ଯେଉଁଠି ମଧ୍ୟ ଏହି ନିୟମର ଉଲଙ୍ଘନ କରିବା ଜଣାପଡିବ ସେହି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ଆଇଗତ ମେଟ୍ରୋଲୋଜି ବିଭାଗ ଅଧିକାରୀମାନେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବେ।
ଏହି ହଲଫନାମାରେ କୁହାଯାଇଛି କି, ଏ ନେଇ ଆବଶ୍ୟକ ପରାମର୍ଶ ସମସ୍ତ ଇ-କମର୍ସ କମ୍ପାନୀ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମେଟ୍ରୋଲୋଜି ବିଭାଗକୁ ପଠାଯିବ ।