ନୂଆଦିଲ୍ଲୀ: ଉପଭୋକ୍ତା ଅନୁଭବ ସର୍ଭେରେ ବିଜେତା ହେଲେ ଅନଲାଇନ ରିଟେଲର ଆମାଜନ ଓ ଡିମାର୍ଟ । ତଥ୍ୟ ଏବଂ ପରାମର୍ଶଦାତା କମ୍ପାନୀ କଣ୍ଟାର (Kantar) ଦ୍ୱାରା ଏହି ସର୍ଭେ କରାଯାଇଛି |
କଣ୍ଟାର ସିଏକ୍ସ 2020 (Kantar CX 2020) ରିପୋର୍ଟରେ କୁହାଯାଇଛି କି, ସାଧାରଣ ଖୁଚୁରା ଏବଂ ଫ୍ୟାଶନ ଖୁଚୁରା ବିଭାଗରେ ଆମାଜନ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ଗ୍ରାହକଙ୍କ ଅଭିଜ୍ଞତା ଦୃଷ୍ଟିରୁ ଡି-ମାର୍ଟ ଗ୍ରୋସରୀ ବର୍ଗରେ ପ୍ରଥମ ସ୍ଥାନ ହାତେଇଛି ।
ଉଭୟ ସାଧାରଣ ଖୁଚୁରା ଏବଂ ଫ୍ୟାଶନ୍ ଖୁଚୁରା ବିଭାଗରେ ଆମାଜନ ପରେ ଫ୍ଲିପକାର୍ଟ ଦ୍ୱିତୀୟ ସ୍ଥାନରେ ରହିଛି । ଆଉ ଏହି ବର୍ଗରେ ଡି-ମାର୍ଟ ଓ ମିନ୍ତ୍ରା ଏହି କ୍ରମରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ।
ଏହି ରିପୋର୍ଟରେ କୁହାଯାଇଛି ଯେ , ତିନୋଟି କ୍ଷେତ୍ର ମଧ୍ୟରୁ 2 ଟିରେ ଟପ ରିଟେଲର କମ୍ପାନୀ ଭାହେ ଆମଜାନ ରହିଛି । ଗ୍ରୋସରୀ ବିଭାଗରେ ଡି-ମାର୍ଟ ବିଜେତା ହୋଇଛି । ଏଥି ସହିତ ଫ୍ଲିପକାର୍ଟ 3 ଟି କ୍ଷେତ୍ରରେ ଟପ 3 ନମ୍ବରରେ ରେ ରହିଛି ।