ETV Bharat / business

ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ବ୍ୟବସାୟୀ ସଂଘର ବିରୋଧ - Bezos to face protests from traders

ଭାରତ ଗସ୍ତ ସମୟରେ ବ୍ୟବସାୟୀଙ୍କ ଆକ୍ରୋଶ ଓ ବିରୋଧର ସାମ୍ନା କରିପାରନ୍ତି ଇ-କମର୍ସ କମ୍ପାନୀ ଆମାଜନ ମୁଖ୍ୟ ଜେଫ ବୋଜୋସ । କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ପକ୍ଷରୁ ଏନେଇ ଆଗୁଆ ଚେତାବନୀ ଦିଆଯାଇଛି।

Amazon boss Bezos to face protests from traders
ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ବ୍ୟବସାୟୀ ସଂଘର ବିରୋଧ
author img

By

Published : Jan 13, 2020, 1:05 PM IST

ନୂଆଦିଲ୍ଲୀ: ଆସନ୍ତା 15ରେ ଭାରତ ଆସିବେ ଇ-କମର୍ସ କମ୍ପାନୀ ଆମାଜନ ମୁଖ୍ୟ ଜେଫ ବୋଜୋସ। ହେଲେ ଏହି ସମୟରେ ସେ ବିରୋଧର ସାମ୍ନା କରିପାରନ୍ତି । ଦେଶର 300 ସ୍ଥାନରେ ବ୍ୟବସାୟୀ ପ୍ରତିବାଦ କରିବେ । ଏ ଦିନଟିକୁ ଜାତୀୟ ପ୍ରତିବାଦ ଦିବସ ରୂପେ ପାଳନ କରାଯିବ। ରବିବାର ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (CAIT) ପକ୍ଷରୁ ଏନେଇ ଚେତାବନୀ ଦିଆଯାଇଛି।

CAIT କହିଛି ଯେ, ଏହି ଆନ୍ଦୋଳନରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ, ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଟର୍ସ ଫେଡରେସନ ସମେତ ଅନ୍ୟ 500ରୁ ଉର୍ଦ୍ଧ୍ବ ବାଣିଜ୍ୟ ସଙ୍ଗଠନ ଜେଫଙ୍କ ଗସ୍ତକୁ ବିରୋଧ କରିବ। ଏଥିରେ ଓଡିଶା ମଧ୍ୟ ସାମିଲ ରହିବ।

ଇ-କମର୍ସ କମ୍ପାନି ଗ୍ରାହକଙ୍କୁ ପ୍ରବଳ ରିହାତି ଦେବାରୁ ଖୁଚୁରା ବ୍ୟବସାୟୀଙ୍କ ବେପାର ମାନ୍ଦା ହେଉଛି। ଏହା ସହ ଏଫଡିଆଇ ନିୟମର ଉଲଙ୍ଘନ କରୁଛନ୍ତି। ଏସବୁକୁ ପଦାରେ ପକାଇବା ସହ ସରକାରଙ୍କୁ ଜାଗ୍ରତ କରିବା ପାଇଁ ଏହି ବିରୋଧ ହେଉଛି ବୋଲି ସର୍ବ ଭାରତୀୟ ଶିଳ୍ପ ମହାସଂଘର ସେକ୍ରେଟାରୀ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି।

ଆମାଜନ କେବଳ ମିଛ କାହାଣୀ ଗଢିଚାଲିଛି। ଖୁଚୁରା ବିକ୍ରେତାଙ୍କୁ ନିଜ ପ୍ଲାର୍ଟଫର୍ମରେ ସୁଯୋଗ ଦେଇ ସଶକ୍ତ କରୁଥିବା କହି ଠକିଚାଲିଛି ବୋଲି ଖଣ୍ଡେଲୱାଲ ଅଭିଯୋଗ କରିଛନ୍ତି।

ଭାରତ ଆସୁଛନ୍ତି ଆମାଜନ ପ୍ରତିଷ୍ଠାତା, ପିଏମଙ୍କ ସହ କରିବେ ଚର୍ଚ୍ଚା !

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.