ETV Bharat / business

ବିମାନରେ ମାସ୍କ ପିନ୍ଧିଲେନି 4 ଯାତ୍ରୀ, ‘ ନୋ ଫ୍ଲାଏ’ ଲିଷ୍ଟରେ ହେଲେ ସାମିଲ

ଉଡାଣବେଳେ ମାସ୍କ ନ ପିନ୍ଧି ଫସିଲେ 4 ଯାତ୍ରୀ । କୋଭିଡ-19 କଟକଣା ପାଳନ ନ କରି ମାସ୍କ ପିନ୍ଧିନଥିବା ଯାତ୍ରୀଙ୍କୁ ‘ ନୋ ଫ୍ଲାଏ’ ଲିଷ୍ଟରେ ରଖିଲା ଏୟାରଲାଇନ୍ସ ସର୍ଭିସ । ଅଧିକ ପଢନ୍ତୁ..

ଉଡାଣ ବେଳେ ମାସ୍କ ନ ପିନ୍ଧି ଫସିଲେ 4 ଯାତ୍ରୀ
ଉଡାଣ ବେଳେ ମାସ୍କ ନ ପିନ୍ଧି ଫସିଲେ 4 ଯାତ୍ରୀ
author img

By

Published : Mar 17, 2021, 9:46 PM IST

ନୂଆଦିଲ୍ଲୀ: ବିମାନରେ କୋଭିଡ-19 ପ୍ରୋଟୋକଲ ପାଳନ ନ କରି ହଟହଟା 4 ଯାତ୍ରୀ । ମାସ୍କ ପିନ୍ଧିବାକୁ ମନା କରିଥିବାରୁ ନିଆଯାଇଛି ଶକ୍ତ କାର୍ଯ୍ୟାନୁଷ୍ଠାନ । କୋଭିଡ-19 କଟକଣା ପାଳନ ନ କରି ମାସ୍କ ପିନ୍ଧିନଥିବା ଯାତ୍ରୀଙ୍କୁ‘ ନୋ ଫ୍ଲାଏ’ ଲିଷ୍ଟରେ ରଖିଲା ଏୟାର ଇଣ୍ଡିଆର ରିଜନାଲ ଆର୍ମ ( ଆଞ୍ଚଳିକ ଶାଖା) ଏୟାରଲାଇନ୍ସ ସର୍ଭିସ ।

ମାର୍ଚ୍ଚ 16ରେ ଜମ୍ମୁରୁ ଦିଲ୍ଲୀ ଉଡାଣ ସମୟରେ ପାଇଲଟ ଓ ଚାଳକ ଦଳ ବାରମ୍ବାର ଅନୁରୋଧ କରିବା ପରେ ବି ଏହି ଯାତ୍ରୀମାନେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ । ଏହା ପରେ 4 ଯାତ୍ରୀଙ୍କୁ ଅନିୟନ୍ତ୍ରିତ ଯାତ୍ରୀ (Unruly Passenger) ଘୋଷିତ କରାଯାଇଛି ।

ଦିଲ୍ଲୀ ଏୟାରପୋର୍ଟରେ ଉଡାଣ ଭରିବା ପରେ 4 ଯାତ୍ରୀଙ୍କୁ ସୁରକ୍ଷା ଏଜେନ୍ସିଙ୍କୁ ହସ୍ତାନ୍ତରଣ କରାଯାଇଥିଲା । ଏୟାରଲାଇନ ସୂତ୍ର ଦର୍ଶାଯାଇଛି କି ପାଇଲଟ କ୍ୟାପ୍ଟେନ ବିକାଶ ତୋମାରଙ୍କ ପକ୍ଷରୁ ଅନୁରୋଧ ଓ ପରେ ଚାରି ଜଣଙ୍କୁ ମାସ୍କ ପିନ୍ଧିବାକୁ ଏବଂ କୋଭିଡ -19 ପ୍ରୋଟୋକଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ପଦକ୍ଷେପ ନିଆଯାଇଥିଲ ।

ଉଡ଼ାଣ ସମୟରେ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟକୋଭିଡ -19 ପ୍ରୋଟୋକଲକୁ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ସାବାଡ ପାଇଁ ପାଇଁ ଡିଜିସିଏ ଏକ ସର୍କୁଲାର ଜାରି କରାଯାଇଛି ।

ଡିଜିସିଏ ତାର ଗାଇଡଲାଇନରେ କହିଛି କି ଯଦି କେହି ଯାତ୍ରୀ ନାକ ତଳକୁ ମାସ୍କ ପିନ୍ଧେ ତେବେ ସେମାନଙ୍କୁ ବିମାନରେ ପ୍ରବେଶ ଅନୁମତି ମିଳିବ ନାହିଁ । ଆଉ ବିମାନରେ ଯାତ୍ରା ସମୟରେ କୋଭିଡ-19 ପ୍ରୋଟୋକଲ ପାଳନ କରିବା ଦରକାର । ଯାତ୍ରୀ ନିୟମ ପାଳନ କରୁଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କୁ ନିୟୋଜନ କରାଯିବ । ଏଥିସହ ଯଦି କେହି ବ୍ୟକ୍ତି ଅସୁସ୍ଥତା ଅନୁଭବ କରନ୍ତି ତେବେ ସେମାନଙ୍କୁ ଯାତ୍ରା ବାତିଲ ପାଇଁ ପରାମର୍ଶ ଦିଆଯାଇଛି । ଆଉ କୌଣସି ଯାତ୍ରୀକୁ ବାରମ୍ବାର ଚେତାବନୀ ଦେବା ପରେ ପ୍ରୋଟୋକଲର ଉଲଙ୍ଘନ କରାଯାଏ , ତେବେ ଯାତ୍ରୀଙ୍କୁ ଅନିୟନ୍ତ୍ରିତ ଯାତ୍ରୀ (Unruly Passenger) ମାନାଯିବ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.