ETV Bharat / business

ଲକଡାଉନ: କ୍ଷତିରେ ଭାରତୀୟ ଏୟାରଲାଇନ, ବିପଦରେ 29 ଲକ୍ଷ ପଦବୀ

author img

By

Published : Apr 24, 2020, 6:03 PM IST

କୋରୋନା କଟକଣା ଯୋଗୁଁ ସର୍ବାଧିକ କ୍ଷତି ସହୁଛି ଭାରତୀୟ ବିମାନ କ୍ଷେତ୍ର ଓ ଏଥିସହ ଜଡିତ ଉଦ୍ୟୋଗ । ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ରୋଜଗାର ଏବେ ବିପଦକୁ ଠେଲି ହୋଇପଡିଛି । ଏପଟେ ବିମାନ ଉଡୁନଥିବାରୁ ଆୟ ବି ଠପ । ଅଧିକ ପଢନ୍ତୁ ..

Airlines in India to suffer Rs 85,120 crore revenue loss
ଲକଡାଉନ: କ୍ଷତିରେ ଭାରତୀୟ ଏୟାରଲାଇନ

ନୂଆଦିଲ୍ଲୀ: କୋରୋନା କଟକଣା ଯୋଗୁଁ ଭାରତୀୟ ବିମାନ କ୍ଷେତ୍ର ଓ ତାହା ଉପରେ ନିର୍ଭର ଉଦ୍ୟୋଗର 29 ଲକ୍ଷ ପଦବୀ ବିପଦରେ । ଏକ ବୈଶ୍ବିକ ବିମାନ ସଂଘ IATA ଶୁକ୍ରବାର ଏ ନେଇ ଆଶଙ୍କା କରି ରିପୋର୍ଟ ପ୍ରକାଶ କରିଛି । କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ମାର୍ଚ୍ଚ 25ରୁ ଲକଡାଉନ ଜାରି ରହିଛି । ଏଥିପାଇଁ ସମସ୍ତ ଉଡାଣ ସେବା ବନ୍ଦ ରହିଛି ।

ଅନ୍ତରାଷ୍ଟ୍ରୀୟ ବାୟୁ ପରିବହନ ସଂଘ(ଆଇଏଟିଏ)ର ସଦ୍ୟ ଅନୁମାନ ମୁତାବକ ଏସିଆ ପ୍ରଶାନ୍ତ କ୍ଷେତ୍ରରେ କୋରୋନା ଭାଇରସ ପ୍ରକୋପ ବଢିବା ସହ ଭାରତ ଏହା ଦ୍ବାରା ଗଭୀର ଭାବେ ପ୍ରଭାବିତ ହେଉଛି ।

ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଗୁରୁତର ହୋଇପଡିଛି । ଏଥିଯୋଗୁଁ ସବୁଠୁ ଅଧିକ କ୍ଷତି ବିମାନ ଓ ପର୍ଯ୍ୟଟନ କ୍ଷେତ୍ରକୁ ସହିବାକୁ ପଡିଛି । ସଂସ୍ଥାର ରିପୋର୍ଟ ଅନୁଯାୟୀ ଏହି ଲକଡାଉନ ଯୋଗୁଁ ଭାରତୀୟ ବଜାର ଦ୍ବାରା ପରିଚାଳନା କରୁଥିବା ବିମାନ କମ୍ପାନୀଙ୍କୁ 85,000 କୋଟିରୁ ଉଦ୍ଧ୍ବ ରାଜସ୍ବ ହରାଇବାକୁ ପଡିପାରେ, ଯାହା 2019 ତୁଳନାରେ ଯାତ୍ରୀ ଆୟଠୁ କମ ରହିବ ।

IATA ହେଉଛି ପାଖାପାଖୀ 290 ବିମାନ କମ୍ପାନୀର ଏକ ସମୂହ । ଯେଉଁଥିରେ ଏୟାର ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ ଏବଂ ସ୍ପାଇସଜେଟ ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.