ETV Bharat / business

ମେ ଶେଷ ସୁଦ୍ଧା ଏୟାର ଇଣ୍ଡିଆ କର୍ମଚାରୀଙ୍କ ହେବ ଟିକାକରଣ - Air India Spokesperson

ଆର୍ଥିକ ସଙ୍କଟରେ ଜୁଝୁଥିବା ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବଡ ଘୋଷଣା । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଟିକା ଦେବ ଏୟାର ଇଣ୍ଡିଆ । ଅଧିକ ପଢନ୍ତୁ..

ମେ ଶେଷ ସୁଦ୍ଧା ଏୟାର ଇଣ୍ଡିଆ କର୍ମଚାରୀଙ୍କ ହେବ ଟିକାକରଣ

author img

By

Published : May 4, 2021, 9:43 PM IST

ନୂଆଦିଲ୍ଲୀ: ପାଇଲଟଙ୍କ ଧମକ ପରେ ସଙ୍ଗେ ସଙ୍ଗେ ଆକ୍ସନ ନେଲା ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଟିକା ଦେବ ଏୟାର ଇଣ୍ଡିଆ । ଏ ନେଇ ମଙ୍ଗଳବାର ଘୋଷଣା କରିଛି ବିମାନ କମ୍ପାନୀ ପ୍ରବକ୍ତା ।

ପ୍ରାଥମିକ ଆଧାରରେ ଟିକାକରଣ ନ ଦେଲେ କାମ ବନ୍ଦ କରିବେ ବୋଲି ଆଜି ପାଇଲଟ ମାନେ ଧମକ ଦେଇଥିଲେ । ସେମାନଙ୍କ କହିବା ଅନୁସାରେ କୋରୋନା ଭାଇରସ ମହାମାରୀର ଏହି ଘଡିସନ୍ଧି ସମୟରେ ଜୀବନକୁ ବିପଦରେ ପକାଇ ସେମାନେ ରିଲିଫ କାର୍ଯ୍ୟରେ ଯୋଗଦାନ ଦେଉଛନ୍ତି । ଆଉ ଏହା ବଦଳରେ ସେମାନଙ୍କୁ ସମ୍ପୁର୍ଣ୍ଣ ଦରମା ବି ମିଳୁନି । ଏପରିକି ସେମାନଙ୍କୁ ଟିକା ମଧ୍ୟ ଦିଆଯାଉନି ।

ଏଣୁ ଏୟାର ଇଣ୍ଡିଆ ପାଇଲଟଙ୍କ ୟୁନିଅନ ଆଇସିପିଏ (ICPA) କମ୍ପାନୀର ଡାଇରେକ୍ଟର ଅଫ ଅପରେସନ୍ସ ଆର ଏସ ସନ୍ଧୁଙ୍କୁ ପଠାଇଥିବା ଚିଠିରେ ଟିକାକରଣ ନେଇ ଚେତାବନୀ ଦେଇଥିଲେ । ICPA କହିବା ଅନୁସାରେ ଏୟାର ଇଣ୍ଡିଆ ଫ୍ଲାଇଙ୍ଗ କ୍ରୁ ଙ୍କ ପାଇଁ ସମଗ୍ର ଦେଶରେ ଭ୍ୟାକ୍ସିନେସନ କ୍ୟାମ୍ପ ଆୟୋଜିତ କରିବା ଦରକାର । ଫ୍ଲାଇଙ୍ଗ କ୍ରୁଙ୍କ ପାଇଁ ହେଲଥକେୟାର ସପୋର୍ଟ ଓ ଇନ୍ସୁରାନ୍ସ ବ୍ୟବସ୍ଥା ନାହିଁ । ଏଥିସହ ସେମାନଙ୍କ ଦରମା ମଧ୍ୟ ହ୍ରାସ କରାଯାଉଛି । ଏଭଳି ସ୍ଥିତିରେ ଟିକାକରଣ ବିନା ଆମେ ଆମ ଜୀବନ ବିପଦକୁ ଠେଲିବା ସ୍ଥିତିରେ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.