ETV Bharat / business

ରାତାରାତି 50 ପାଇଲଟଙ୍କୁ ଛଟେଇ କଲା ଏୟାର ଇଣ୍ଡିଆ - ଏୟାର ଇଣ୍ଡିଆ ପାଇଲଟ

ଆଇସିପିଏ ଏକ ଟ୍ବିଟ କରି କହିଛି କି, “କ’ଣ ହେଉଛି? ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନକରି ରାତାରାତି ଆମର 50 ରୁ ଅଧିକ ପାଇଲଟଙ୍କ ସେବାକୁ ସମାପ୍ତ କରିଦିଆଯାଇଛି । ଏଭଳି ମହାମାରୀ ସମୟରେ ଯେଉଁମାନେ ଦେଶର ସେବା କରନ୍ତି ସେମାନଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। "

ରାତାରାତି 50 ପାଇଲଟଙ୍କୁ ଛଟେଇ କଲା ଏୟାର ଇଣ୍ଡିଆ

author img

By

Published : Aug 15, 2020, 1:57 PM IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ପାଇଲଟମାନେ 50 ପାଇଲଟଙ୍କ ସେବାକୁ “ବେଆଇନ ଭାବେ ବନ୍ଦ କରିବା” ପ୍ରସଙ୍ଗରେ ମ୍ୟାନେଜମେଣ୍ଟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି । ଭାରତୀୟ କମର୍ସିଆଲ ପାଇଲଟ ଆସୋସିଏସନ (ICPA) ଶୁକ୍ରବାର ଏୟାର ଇଣ୍ଡିଆର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ବନ୍ସଲଙ୍କୁ ଏକ ଚିଠି ଲେଖିଛି । ଏଥିରେ ଦର୍ଶାଯାଇଛି ଯେ ପ୍ରାୟ 50 ପାଇଲଟଙ୍କୁ କମ୍ପାନୀର ସେବା ନିୟମ ଉଲ୍ଲଂଘନକୁ ନେଇ କର୍ମଚାରୀ ବିଭାଗରୁ ବେଆଇନ ସମାପ୍ତି ପତ୍ର (illegal termination letters )ମିଳିଛି ।

ଆଇସିପିଏଏକ ଟ୍ବିଟ କରି କହିଛି କି, 'କ’ଣ ହେଉଛି? ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନକରି ରାତାରାତି ଆମର 50ରୁ ଅଧିକ ପାଇଲଟଙ୍କ ସେବାକୁ ସମାପ୍ତ କରି ଦିଆଯାଇଛି । ଏଭଳି ମହାମାରୀ ସମୟରେ ଯେଉଁମାନେ ଦେଶର ସେବା କରନ୍ତି ସେମାନଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। "

ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଦକ୍ଷିଣରେ ପାଞ୍ଚ ବର୍ଷ ପୂରଣ କରିଥିବା ଅନେକ ବେସ୍ କ୍ରୁ ଚୁକ୍ତିନାମା ନବୀକରଣ କରାଯାଉନାହିଁ। ଦକ୍ଷିଣଞ୍ଚଳରେ 18 ଟି କ୍ୟାବିନ କ୍ରୁଙ୍କ ସେବା ମଧ୍ୟ ବନ୍ଦ କରାଯାଇଛି।

ଏୟାର ଇଣ୍ଡିଆର ସିଏମଡିଙ୍କୁ ଦେଇଥିବା ଚିଠିରେ ଆଇସିପିଏ କହିଛି ଯେ, ଯେଉଁ ପାଇଲଟମାନେ ଗତ ବର୍ଷ ଇସ୍ତଫା ଦେଇଥିଲେ ଓ 6 ମାସର ନୋଟିସ ପିରିୟଡରେ ନିଜ ଇସ୍ତଫା ପ୍ରତ୍ୟାହାର କରିନେଇଥିଲେ , ସେମାନଙ୍କୁ ଗୁରୁବାର ରାତି 10 ଟାରେ ଅଚାନକ ସେବାରୁ ହଟାଇ ଦିଆଯାଇଛି । ପାଇଲଟମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଇସ୍ତଫା ଗ୍ରହଣ ଏବଂ ନୋଟିସ ପିରିୟଡ ଇତ୍ୟାଦି ବିଷୟରେ କ୍ରୁଙ୍କୁ ଅବଗତ କରାଯାଇନାହିଁ। ତେବେ 13ରେ ପାଇଲଟଙ୍କୁ ବରଖାସ୍ତ କରାଯାଇଥିବା ବେଳେ ଏନେଇ ଜାଣିନଥିବା କିଛି ପାଇଲଟ 14ରେ ବିମାନ ଉଡାଇଛନ୍ତି । ଏଭଳି ସ୍ଥିତିରେ ବିମାନ ଉଡାଉଥିବା ପାଇଲଟଙ୍କ ମାନସିକ ସ୍ଥିତି କିପରି ହେବ ବୋଲି ପ୍ରଶ୍ନ କରିଛି ସଂଘ ।

ବରଖାସ୍ତ ପତ୍ରରେ, ଏୟାର ଇଣ୍ଡିଆ ଆର୍ଥିକ ସମସ୍ୟା ଏବଂ କମ୍ପାନିର ବାଣିଜ୍ୟିକ କାର୍ଯ୍ୟକାରିତା ଉପରେ କୋଭିଡ -୧୯ର ପ୍ରଭାବକୁ ଦର୍ଶାଇଛି ।

ଆଇସିପିଏ ମନେପକାଇ ଦେଇଛି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ନିଶ୍ଚିତ କରିଥିଲା କି, ଅନ୍ୟ ବିମାନ ସେବା ତୁଳନାରେ ଏୟାର ଇଣ୍ଡିଆ ଏହାର କୌଣସି କର୍ମଚାରୀଙ୍କୁ ଛଟେଇ କରିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.