ETV Bharat / business

ଅଟୋ ଯାତ୍ରା ପଡିବ ମହଙ୍ଗା , ନିର୍ବାଚନ ପରେ ବଢିବ ଭଡା

ମେ ଶେଷରେ ବଢିବ ଅଟୋ ଭଡା । ନିର୍ବାଚନ ସରିଲା ପରେ ବର୍ଦ୍ଧିତ ଅଟୋ-ରିକ୍ସା ଭଡା ବିଲ କାର୍ଯ୍ୟକାରୀ କରିବ କ୍ୟାବିନେଟ ।

author img

By

Published : May 18, 2019, 8:40 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ନିର୍ବାଚନ ପରେ ଅଟୋ ଯାତ୍ରା ହେବ ମହଙ୍ଗା। ଗଣିବାକୁ ପଡିବ ଅଧିକ ଭଡା। କାରଣ ମେ ମାସ ଶେଷରେ ଲାଗୁ ହେବ ବର୍ଦ୍ଧିତ ଅଟୋ-ରିକ୍ସା ଭଡା ବିଲ। ଏହା ପରେ ଟ୍ୟାକ୍ସି, ଗ୍ରାମୀଣ ଯାନସେବା ଓ ଆରଟିବି ଆଦି ଭଡାରେ ମଧ୍ୟ ପରିବର୍ତ୍ତନ କରାଯିବ।

ପ୍ରକାଶ ଥାଉ ଯେ, ପୂର୍ବରୁ ଦିଲ୍ଲୀ କ୍ୟାବିନେଟ ଏହି ବିଲକୁ ମଞ୍ଜୁରୀ ଦେଇସାରିଛନ୍ତି । ହେଲେ ନିର୍ବାଚନ ଆଚରଣ ବିଧି ଲାଗୁ ଯୋଗୁଁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା । ମେ 23ରେ ଫଳାଫଳ ବାହାରିବା ପରେ ଏହି ପ୍ରସ୍ତାବ ଲାଗୁ ହେବ ।

ଦିଲ୍ଲୀ କ୍ୟାବିନେଟ ପ୍ରସ୍ତାବ ମୁତାବକ, ପ୍ରତି କିଲୋମିଟର ପିଛା ଭଡା ବଢି 9ଟଙ୍କା 50 ପଇସା ହେବ । ବର୍ତ୍ତମାନ ଅଟୋରେ କିମି ପିଛା ଭଡା 8 ଟଙ୍କା ରହିଛି । ଏହା ସହ 2 କିଲୋମିଟରକୁ ବେସ ଫେୟର 25 ପଇସା ରହିଛି । ହେଲେ ଏବେ ନୂଆ ନିୟମ ଅନୁଯାୟୀ ଏହା 500 ମିଟର ହ୍ରାସ ପାଇ ଦେଢ କିମିରେ ଚାର୍ଜ ଆଦାୟ ହେବ । ଏହି ନିୟମ ଖାସ ଦିଲ୍ଲୀବାସୀଙ୍କ ପାଇଁ ରହିବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.