ନୂଆଦିଲ୍ଲୀ: ଦୁନିଆରେ ରହୁଥିବା ଗରିବଙ୍କୁ ଧ୍ୟାନରେ ରଖି କରାଯାଇଥିବା କାମକୁ ଏତେ ବଡ ପୁରସ୍କାର । ଏନେଇ ମୁଁ ବହୁତ ଖୁସି ବୋଲି କହିଛନ୍ତି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ।
ସ୍ତ୍ରୀ ଇସ୍ଥର ଡ଼ୁଫ୍ଲୋ ଓ ହାୱାର୍ଡ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ମାଇକେଲ କ୍ରେମରଙ୍କ ସହ ଅଭିଜିତଙ୍କୁ ଏହି ପୁରସ୍କାର ମିଳିଛି । ବିଶ୍ବରେ ଦାରିଦ୍ର୍ୟ ଦୂରୀକରଣ ଓ ଗରିବ ହଟାଇବା ଦିଗରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ଜନକ ପୁରସ୍କାର ଦିଆଯାଇଛି ।
ନୋବେଲ ପ୍ରାଇଜ ଡ. ଓଆରଜୀଙ୍କୁ ଦେଇଥିବା ସାକ୍ଷାତକାରର ଅଭିଜିତ କହିଥିଲେ ଯେ, ଏହି ପୁରସ୍କାର ଏଭଳି ତଥ୍ୟକୁ ଦର୍ଶାଉଛି କି ‘ଆମେ କେବ କେବେ ସମସ୍ତଙ୍କ ଭଲ ପାଇଁ ଚିନ୍ତା କରୁଛେ । କିନ୍ତୁ ଏହା ଏପରି ଏକ ବିଷୟ ଯାହା ପାଇଁ ଏତେ ବଡ ପୁରସ୍କାର ନେଇ ଧ୍ୟାନ ମଧ୍ୟ ଦିଆଯାଇନଥାଏ । ତେବେ ଏହା ଉପରେ ଏତେ ଧ୍ୟାନ କେନ୍ଦ୍ରୁଭୂତ ହୋଇଥିବା ମୁଁ ଖୁସି । ’
ଅଭିଜିତ ଭାବୁଥିଲେ କି, ଅନ୍ୟ ଯେଉଁ ସବୁ କ୍ଷେତ୍ରରେ ପୁରସ୍କାର ମିଳିଛି , ତାହା ଏତେଟା ମହତ୍ବପୂର୍ଣ୍ଣ ନୁହେଁ । ଏ ପ୍ରସଙ୍ଗରେ ପୁରସ୍କାର ମିଳିବା ଏହି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ କରିବ । ଦୁନିଆରି ଏପରି ବହୁତ ଅଛନ୍ତି । ଯେଉଁମାନେ ବାସ୍ତବରେ ଏ କ୍ଷେତ୍ରରେ କାମ କରୁଛନ୍ତି ।