ETV Bharat / business

ଜୁନରେ 83 ପ୍ରତିଶତ ଖସିଛି ଘରୋଇ ବିମାନ ଯାତ୍ରା

author img

By

Published : Jul 18, 2020, 12:52 PM IST

କୋରୋନା ସଙ୍କଟ ମଧ୍ୟରେ ହ୍ରାସ ପାଇଛି ଘରୋଇ ବିମାନ ଯାତ୍ରା । ଏ ବର୍ଷ ଜୁନରେ 19.84 ଲକ୍ଷ ଲୋକ ଯାତ୍ରା କରିଛନ୍ତି । ଯାହା ଗତ ବର୍ଷ ଜୁନ ମାସ ତୁଳନାର 83 ପ୍ରତିଶତ ହ୍ରାସ । ଅଧିକ ପଢନ୍ତୁ..

ଜୁନରେ 83 ପ୍ରତିଶତ ଖସିଛି ଘରୋଇ ବିମାନ ଯାତ୍ରା
ଜୁନରେ 83 ପ୍ରତିଶତ ଖସିଛି ଘରୋଇ ବିମାନ ଯାତ୍ରା

ନୂଆଦିଲ୍ଲୀ:ଚଳିତ ବର୍ଷ ଜୁନରେ ମୋଟ 19.84 ଲକ୍ଷ ଲୋକ ଘରୋଇ ଉଡାଣରେ ଯାତ୍ରା କରିଛନ୍ତି । ଯାହାକି ଗତ ବର୍ଷ ସମାନ ଅବଧି ତୁଳନାରେ 83.5 ପ୍ରତିଶତ କମ ରହିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଡିଜିସିଏ କହିଛି କି, 6 ପ୍ରମୁଖ ଭାରତୀୟ ବିମାନ କମ୍ପାନୀ ମଧ୍ୟରେ 5 ସିଟ ଭରିବା ହାର ବା ଲୋଡ ଫେକ୍ଟର 2020 ଜୁନରେ 50ରୁ 60 ପ୍ରତିଶତ ମଧ୍ୟରେ ରହିଛି । କୋରୋନା ମହାମାରୀ ଯୋଗୁଁ ଘରୋଇ ବିମାନ ଯାତ୍ରାରେ ଏଭଳି ହ୍ରାସ ଦେଖିବାକୁ ମିଳିଛି । ମାର୍ଚ୍ଚ ମାସ ଆରମ୍ଭରୁ ଦେଶରେ କୋରୋନା ସଙ୍କଟ ଦେଖାଦେଇଥିଲା । ଏଥିପାଇଁ ମାର୍ଚ୍ଚ 25ରୁ ସରକାର ଘରୋଇ ଉଡାଣକୁ ବାତିଲ କରିଥିଲେ । ଏବେ ମେ’ 25 ରୁ ପୁଣି ଦେଶରେ ଉଡାଣ ସେବା ସ୍ବାଭାବିକ ହୋଇଛି । ତେବେ ଏହି 2 ମାସ ବିମାନ ସେବା ଠପ ଥିବାରୁ କମ୍ପାନୀଗୁଡିକୁ ପ୍ରବଳ କ୍ଷତି ସହିବାକୁ ପଡିଛି ।

2020 ଜାନୁଆରୀରୁ ଜୁନ ମଧ୍ୟରେ 3.5 କୋଟି ଘରୋଇ ବିମାନ ଯାତ୍ରୀ ଯାତାୟତ କରିଛନ୍ତି । ଯେତେବେଳେ କି 2019 ବର୍ଷର ପ୍ରଥମ 6 ମାସରେ 7 କୋଟି ଯାତ୍ରୀ ଯାତାୟତ କରିଥିଲେ । ଜୁନ ମାସରେ ସ୍ପାଇସଜେଟର ଲୋଡ ଫ୍ୟାକ୍ଟର ସର୍ବାଧିକ 67 ପ୍ରତିଶତ ଥିବା ବେଳେ ଏହା ପଛକୁ ଇଣ୍ଡିଗୋ, ଗୋଏୟାର, ଭିସ୍ତାରା, ଏୟାର ଇଣ୍ଡିଆ, ଏୟାର ଏସିଆ ଇଣ୍ଡିଆ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.