ନୂଆଦିଲ୍ଲୀ: ଭାରତ-ଚୀନ ଯବାନଙ୍କ ମୁହାଁମୁହିଁ ପରେ ପୁଣି ଦେଶରେ ଚୀନ ସାମଗ୍ରୀ ବର୍ଜନ ନେଇ ଦାବି ତେଜୁଛି । ଏଥିମଧ୍ୟରେ ଏହା ଜାଣିବା ଦରକାର କି ଭାରତରେ କେଉଁ ସବୁ କମ୍ପାନୀରେ ଚୀନ କମ୍ପାନୀମାନେ ମୋଟା ଅଙ୍କର ନିବେଶ କରିଛନ୍ତି ।
ଯଦି ଆପଣ ସୋସିଆଲ ମିଡିଆ ବ୍ୟବହାର କରନ୍ତି ତେବେ ଚୀନର ସାମଗ୍ରୀକୁ ବଏକଟ ଦାବି ନେଇ ମେସେଜ ଆସୁଥିବ ।
ଚୀନ ପାଇଁ ବଡ ବଜାର ଭାରତ
ଚୀନ ପାଇଁ ଭାରତ ଏକ ବହୁତ ବଡ ବଜାର । ଯାହା ମାଧ୍ୟମରେ ଚୀନ ପ୍ରତି ବର୍ଷ ଲକ୍ଷ ଲକ୍ଷ କୋଟିର ଡିଲ କରିଥାଏ । ଭାରତର ପ୍ରାୟ ପ୍ରତି ସେକ୍ଟରରେ ଚୀନର ସାମଗ୍ରୀ ରହିଛି ।
ତେବେ ଜାଣନ୍ତୁ ଦେଶର କେଉଁ ସବୁ ଷ୍ଟାର୍ଟଅପରେ ଚୀନ ଲଗାଇଛି ଟଙ୍କା ..
- ପେଟିଏମ (ପେଟିଏମରେ ଅଲିବାବା ଗ୍ରୁପ 400 ମିଲିୟନ ଡଲାରର ନିବେଶ କରିଛି )
- ଫ୍ଲିପକାର୍ଟ , ଅନଲାଇନ ସପିଂ ସାଇଟ ଫ୍ଲିପକାର୍ଟରେ ଚୀନ ଷ୍ଟିଡ ବ୍ୟୁ କ୍ୟାପିଟାଲ ଓ ଟେନସେଣ୍ଟ ହୋଲ୍ଡିଙ୍ଗସ 300 ମିଳିୟନ ଡଲାରରୁ ଅଧିକ ନିବେଶ କରିଛି ।
- ସେହିଭଳି ଜୋମୋଟାରେ ମଧ୍ୟ ଅଲିବାବା ଗ୍ରୁପ ଅଲିପେ ସିଙ୍ଗାପୁର ହୋଲ୍ଡିଙ୍ଗ ପ୍ରାଇଭେଟ ଲିମିଟେଡ ସମେତ ଆଉ 2 କମ୍ପାନୀ 200 ମିଲିୟନ ଡଲାର ନିବେଶ କରିଛନ୍ତି ।
- ସ୍ବିଗିରେ ମଧ୍ୟ ଚାଇନା କମ୍ପାନୀ 500 ମିଲିୟନ ଡଲାରରୁ ଅଧିକ ନିବେଶ କରିଛି ।
- ଓଲାରେ 500 ମିଲିୟନ ଡଲାରରୁ ଉର୍ଦ୍ଧ୍ବ ନିବେଶ କରାଯାଇଛି ।
- ବାଏଜୁସରେ 50 ମିଲିୟନ ଡଲାରରୁ ଅଧିକ ନିବେଶ ହୋଇଛି ।
- ବିଗବାସ୍କେଟରେ 250 ମିଲିୟନ ଡଲାର
- snapdeallରେ 700 ମିଲିୟନ ଡଲାରରୁ ଅଧିକ ନିବେଶ କରାଯାଇଛି ।
- ଓୟୋ ରେ 100 ମିଲିୟନ ଡଲାରରୁ ଅଧିନକ ନିବେଶ ହୋଇଛି
- ପଲିସି ବଜାର ଡଟ କମ ରେ ମଧ୍ୟ 150 ମିଲିୟନ ଡଲାରରୁ ଅଧିକ ନିବେଶ ହୋଇଛି ।
ଏଭଳି ଭାବେ ପେଟିଏମ ମଲ, କ୍ବିକର, ଉଡାଣ, ମିଶି, ସେୟାର ଚେଟ , ଡ୍ରିମ 11 ଭଳି ବିଭିନ୍ନ କମ୍ପାନୀରେ ଚୀନ ନିବେଶ କରିଛି ।