ETV Bharat / budget-2019

ବଜେଟ 2019: ଟ୍ୟାକ୍ସରୁ ସର୍ବାଧିକ ଆୟ କରୁଛନ୍ତି ସରକାର - TAX

ଟିକସ ବାବଦରେ କେନ୍ଦ୍ରକୁ ମିଳୁଛି ସର୍ବାଧିକ ଅର୍ଥ । ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଫେସବୁକ
author img

By

Published : Jul 5, 2019, 11:25 PM IST

ନୂଆଦିଲ୍ଲୀ: କେନ୍ଦ୍ର ରାଜକୋଷକୁ ଟିକସରୁ ଆସୁଛି ସର୍ବାଧିକ ଅର୍ଥ । କେନ୍ଦ୍ରର ଆୟ 1ଟଙ୍କା ହେଲେ ଟିକସ ବାବଦକୁ ମିଳୁଛି 68 ପଇସା । ଏନେଇ ଖୁଲାସା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଆୟ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସରୁ ଆସୁଥିବା କୁହାଯାଇଛି ।

କେନ୍ଦ୍ର ପାଉଥିବା ପ୍ରତି 1ଟଙ୍କା ରାଜସ୍ବରେ ଜିଏସଟିର 19 ପଇସାର ଯୋଗଦାନ ରହିଛି । ସେହିପରି କର୍ପୋରେଟ ଟିକସରୁ 21 ପଇସା ମିଳୁଥିବା ସଂସଦରେ ଆଗତ 2019-20 ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଅର୍ଥ ନେଣଦେଣରୁ 20 ପଇସା ଓ ଆୟକରରୁ 16 ପଇସା କେନ୍ଦ୍ର ସରକାରଙ୍କ ତହବିଲକୁ ଆସୁଛି । ଅନ୍ୟପକ୍ଷରେ ଅଣଟିକସ ରାଜସ୍ବରୁ 9 ପଇସା, କେନ୍ଦ୍ର ଅବକାରୀ ଶୁଳ୍କରୁ 8 ପଇସା, କଷ୍ଟମ୍ସରୁ 4 ପଇସା ମିଳୁଥିବା ଜଣାପଡିଛି ।

ବ୍ୟୟ ପାର୍ଶ୍ବରୁ 23 ପଇସା ରାଜ୍ୟ ମାନଙ୍କ ପାଇଁ ଖର୍ଚ୍ଚ ହେଉଥିବା ବେଳେ 18 ପଇସା ସୁଧ ବାବଦରେ ଖର୍ଚ୍ଚ ହେଉଛି । ସେହିପରି ପ୍ରତିରକ୍ଷା ପାଇଁ 9 ପଇସା ବିନିଯୋଗ ହେଉଛି । ଅନ୍ୟପକ୍ଷରେ କେନ୍ଦ୍ରର ନିଜସ୍ବ ଯୋଜନାରେ 13 ପଇସା ଓ କେନ୍ଦ୍ର ଦ୍ବାରା ପ୍ରାୟୋଜିତ ଯୋଜନାରେ 9 ପଇସା, ଫାଇନାନ୍ସ କମିଶନ ବାବଦରେ 7 ପଇସା, ରିହାତି ପାଇଁ 8 ପଇସା, ପେନସନ ପାଇଁ 5 ପଇସା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ 8 ପଇସା ଖର୍ଚ୍ଚ ହେଉଛି ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।

Intro:Body:

dfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.