ETV Bharat / briefs

ବିଶ୍ବକପ୍‌: ଧୋନିଙ୍କ ଗ୍ଲୋଭସ ମାମଲାରେ ମୁହଁ ଖୋଲିଲେନି ରୋହିତ - gloves

ଧୋନିଙ୍କ ଗ୍ଲୋଭସକୁ ନେଇ ଉପୁଜିଥିବା ବିବାଦ ବିଷୟରେ ଭାରତୀୟ ଟିମର ଉପ ଅଧିନାୟକ ରୋହିତ ଶର୍ମା ଅଜଣା ଅଛନ୍ତି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଖେଳ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ରୋହିତ ଉତ୍ତର ଦେଇଥିବା ବେଳେ, ଧୋନିଙ୍କ ଗ୍ଲୋଭସକୁ ନେଇ ପ୍ରଶ୍ନର ସମ୍ପର୍କରେ ଜାଣିନଥିବା କହିଛନ୍ତି ।

author img

By

Published : Jun 9, 2019, 8:25 AM IST

ଲଣ୍ଡନ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ଶତକ କରିବା ପରେ ଭାରତୀୟ ଟିମର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଜଣା ନାହିଁ ଧୋନିଙ୍କ ଗ୍ଲୋଭସକୁ ନେଇ ଉପୁଜିଥିବା ବିବାଦ । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଖେଳ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । କିନ୍ତୁ ଧୋନିଙ୍କ ଗ୍ଲୋଭସକୁ ନେଇ ପ୍ରଶ୍ନ ପଚରା ଯିବାରୁ ରୋହିତ କହିଛନ୍ତି, ‘ଏ ବିଷୟରେ ମୁଁ କିଛି ଜାଣିନାହିଁ । ମୁଁ ଏନେଇ କିଛି କହିବାକୁ ଚାହେଁ ନାହି । ଦେଖାଯାଉ କାଲି କଣ ହେଉଛି ।’

ସୂଚନା ଯୋଗ୍ୟ ଯେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଧୋନି ପିନ୍ଧିଥିବା ଗ୍ଲୋଭସରେ ଥିଲା ଭାରତୀୟ ସେନାର ବଳିଦାନ ବ୍ୟାଚ । ଯାହାକୁ ନେଇ ଆଇସିସି ଆପତ୍ତି ଉଠାଇଥିଲା ଓ ବିସିସିଆଇକୁ ଅନୁରୋଧ କରିଥିଲା ଧୋନିଙ୍କୁ ବ୍ୟାଚ ହଟାଇବାକୁ କହିବା ଲାଗି । ବିସିସିଆଇ କିନ୍ତୁ ଧୋନିଙ୍କ ବ୍ୟାଚ ନହଟାଇବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା ଯାହାକୁ ଖଣ୍ଡନ କରି ଦେଇଥିଲା ଆଇସିସି । ତେବେ ଏନେଇ ବିସିସିଆଇ ସିଇଓ ରାହୁଲ ଜୋହରୀ ଆଇସିସି ସହ କଥା ହେବା ପାଇଁ ଲଣ୍ଡନ ପହଁଞ୍ଚିଛନ୍ତି ।

ସେପଟେ ଭାରତୀୟ କ୍ୟାମ୍ପ ଭିତରୁ ଆସୁଥିବା ଖବର କହୁଛି ସମସ୍ତ ଖେଳାଳି ସଫା ସଫା କହିଦେଇଛନ୍ତି ଯେ ସେମାନ ତାଙ୍କ ପୂର୍ବତନ ଅଧିନାୟକଙ୍କ ସାଥିରେ ଅଛନ୍ତି । ଏହା ସହ ଏହି ଘଟଣାକୁ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.