ETV Bharat / briefs

ବିଶ୍ବକପ୍ ବେଟିଂରେ 2 ଗିରଫ, 31 ଲକ୍ଷ ଟଙ୍କା ଓ 17 ମୋବାଇଲ ଜବତ - arrested

ବିଶ୍ବକପ୍ ବେଟିଂ ଚାଲିଥିବାବେଳେ ପ୍ଲାଣ୍ଟ ସାଇଟ୍ ପୋଲିସର ଅତର୍କିତ ଚଢାଉ । ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 31 ଲକ୍ଷ ଟଙ୍କା ଓ 17ଟି ମୋବାଇଲ ଓ 3ଟି କାଲକ୍ୟୁଲେଟର ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 25, 2019, 8:25 AM IST

Updated : Jun 25, 2019, 3:26 PM IST

ରାଉରକେଲା: ବିଶ୍ବକପକୁ ନେଇ ଚାଲିଛି ବେଟିଂ । ଏଥିପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ଲାଗୁଛି ବାଜି । ଏହି କ୍ରମରେ ସୋମବାର ରାଉରକେଲା ସହରରେ ବିଶ୍ବକପ୍ ବେଟିଂର ପର୍ଦ୍ଦାପାସ କରିଛି ପୋଲିସ । ଏଥିରେ 2 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ରାଉରକେଲା ଏସପି ଡା. ସାର୍ଥକ ଷଢଙ୍ଗୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଆବଶ୍ୟକ ପଡିଲେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଟିମ୍ ଅନ୍ୟ ରାଜ୍ୟକୁ ଯିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଗିରଫ ଅଭିଯୁକ୍ତ ହେଲେ ଦେଓଗାଁର ସୁନୀଲ ଅଗ୍ରୱାଲ ଓ ନଗରମାଲ ଅଗ୍ରୱାଲ । ସେମାନଙ୍କ ନିକଟରୁ 31 ଲକ୍ଷ 17 ହଜାର 570 ଟଙ୍କା ସହ 17ଟି ମୋବାଇଲ, 3ଟି କାଲକ୍ୟୁଲେଟର ଏବଂ ଗୋଟିଏ ଏଲଇଡି ଟିଭି ଜବତ ହୋଇଛି ।

ସୂଚନାନୁସାରେ, ସୋମବାର ରାତିରେ ବିଶ୍ବକପ୍ ବେଟିଂ ଚାଲିଥିବା ନେଇ ଖବର ପାଇବା ପରେ ଦେଓଗାଁରେ ଚଢାଉ କରିଥିଲା ପ୍ଲାଣ୍ଟ ସାଇଟ୍ ପୋଲିସ । ଏହାପରେ ନଗରମାଲ ଘରେ ମଧ୍ୟ ଚଢାଉ କରାଯାଇଥିଲା । 2 ଦିନ ମଧ୍ୟରେ ନଗରମାଲ ତା ଝିଅର ବାହାଘର ପାଇଁ ୟୁଏସଏ ଯିବା ନେଇ ସୂଚନା ରହିଥିଲା । କିନ୍ତୁ ଏହା ପୂର୍ବରୁ ପୋଲିସ ତାକୁ ଗିରଫ କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଆଇପିଏଲ ରେ ବାଜି ଲଗାଇବା କାରବାର ରାଉରକେଲା ରେ ଧର ପଡିଛି। 2 ଜଣ ଗିରଫ ହେବା ସହିତ 31 ଲକ୍ଷ ଟଙ୍କା, ବହୁତ ସଂଖ୍ୟା ରେ ମୋବାଇଲ ଜପତ କରିବା ସହିତ 2 ଜଣଙ୍କୁ ଗିରଫ କରିଛି।
ପ୍ଲାଣ୍ଟ ସାଇଟ ପୋଲିସ କାଲି କ୍ଯାବର ପାଇବା ପରେ ଛାଡଓ କର ଯାଇ ଥିଲା।Body:ରାଉରକେଲା ସହର ରେ ଆଇପିଏଲ ସମୟ ରର ଲକ୍ଷ ଲକ୍ଷ ଟଙ୍କା ଲୋକ ଲଗାଉଛନ୍ତି।Conclusion:ଏମାନଙ୍କ ମୁଖ୍ୟ ମାନଙ୍କୁ ଧରିବା ପୋଲସ ପାଇଁ ଚଳଲେଞ୍ଜ ହୋଇଛି।
Last Updated : Jun 25, 2019, 3:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.