ETV Bharat / briefs

ଆସନ୍ତା 4 ଦିନ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା: ପାଣିପାଗ ବିଭାଗ

author img

By

Published : Aug 27, 2020, 10:59 AM IST

Updated : Aug 27, 2020, 11:08 AM IST

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଶଗଡରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ଏହା ସହିତ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଜାମ୍ମୁ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ସିକ୍କିମ ଏବଂ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଅଧିକ ପଢନ୍ତୁ...

ଆଗାମୀ ଚାରି ଦିନ ଅନେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା: ପାଣିପାଗ ବିଭାଗ ସୂଚନା

ନୂଆଦିଲ୍ଲୀ: ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଶଗଡରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ଏହା ସହିତ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଜାମ୍ମୁ, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ମଧ୍ୟପ୍ରଦେଶ, ଝାଡଖଣ୍ଡ, ସିକ୍କିମ ଏବଂ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଉତ୍ତରପ୍ରଦେଶରେ ମୌସୁମୀ ବେଗ ଉଠାଇବ ବୋଲି ଆଶା କରାଯାଉଛି ଏବଂ ଆସନ୍ତା ତିନି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ଏବଂ ଏହି ସିରିଜ୍ ଅଗଷ୍ଟ 28 ଏବଂ 29 ପର୍ଯ୍ୟନ୍ତ ଜାରି ରହିବ। ବୁଧବାର ଓଡ଼ିଶା ଏବଂ ଜାମ୍ମୁରେ ବର୍ଷା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆସନ୍ତା ଚାରି ଦିନ ପାଇଁ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଯଦିଓ ବିହାରରେ କ୍ରମାଗତ ଚତୁର୍ଥ ଦିନ ବନ୍ୟାର କୌଣସି ନୂତନ ଅଞ୍ଚଳ ଜଳମଗ୍ନ ହୋଇନାହିଁ, କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳ ଶନିବାର ଠାରୁ ସ୍ଥିର ରହିଛି।

ପଞ୍ଜାବ ଏବଂ ହରିୟାଣାରେ କୌଣସି ବର୍ଷା ହୋଇ ନାହିଁ, କିନ୍ତୁ ଆସନ୍ତା ଦୁଇ ଦିନ ପାଇଁ ଏହି ଦୁଇ ରାଜ୍ୟର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପୂର୍ବ ରାଜସ୍ଥାନ ପାଇଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନାକୁ ପ୍ରକାଶ କରି ବିଭାଗ ହିମାଚଳ ପ୍ରଦେଶ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ବୁଧବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ 'ମଧ୍ୟମରୁ ପ୍ରବଳ' ବର୍ଷା ପାଇଁ ବିଭାଗ ସତର୍କ ସୂଚନା ଜାରି କରିଛି। ଅଧିକାରୀଙ୍କ ଅନୁଯାୟୀ, ଯମୁନାର ଜଳସ୍ତର ବିପଦ ସଙ୍କେତ ନିକଟରେ ରହିଥିଲା। ଏଥିସହିତ ହରିୟାଣାର ହାଥିନିକୁଣ୍ଡ ବ୍ୟାରେଜରୁ ଅଧିକ ଜଳ ନିର୍ଗତ ହେତୁ ଏହା ବୃଦ୍ଧି ହେବାର ସମ୍ଭାବନା ରହିଛି। 270 କିଲୋମିଟର ଲମ୍ବ ଶ୍ରୀନଗର-ଜାମ୍ମୁ ରାଜପଥ ଦ୍ୱିତୀୟ ଦିନ ପାଇଁ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ହେତୁ ବନ୍ଦ ରହିଥିଲା। ଭୂସ୍ଖଳନ ହେତୁ ମଙ୍ଗଳବାର ଏହି ମାର୍ଗରେ ଯାତାୟାତ ବନ୍ଦ ହୋଇଯାଇଥିଲା।

ବିହାରରେ ବନ୍ୟା ପରିସ୍ଥିତି 16 ଟି ଜିଲ୍ଲାର 83.62 ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ତେବେ ଏବେ ଦିନକୁ ଦିନ ସୁଧାର ଆସୁଛି ଏବଂ ଅନେକ ଅଞ୍ଚଳରେ ଜଳ କମିଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଦିଲ୍ଲୀର ସର୍ବାଧିକ ତାପମାତ୍ରା 34 ° C ଏବଂ ସର୍ବନିମ୍ନ ତାପମାତ୍ରା 26 ° C ହେବ ବୋଲି ଆଶା କରାଯାଉଛି ।

Last Updated : Aug 27, 2020, 11:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.