ETV Bharat / briefs

14 ବର୍ଷରେ ଉଦନ୍ତୀ ମହୋତ୍ସବ: ଆଦିବାସୀ ନୃତ୍ୟରେ ଝୁମିଲେ ନୂଆପଡାବାସୀ - closing ceremony

ନୂଆପଡା ଜିଲ୍ଲାରେ ୨୦୧୯ ଉଦନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ହଜିଯାଉଥିବା ଐତିହ୍ୟ ଲୋକ କଳା ପରମ୍ପରାକୁ ଉଜ୍ଜୀବିତ ରଖିବା ଓ ଯୁବମାନସଙ୍କୁ ନିଜ ପରମ୍ପରାକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ନୂଆପଡାର ପ୍ରସିଦ୍ଧ ଉଦନ୍ତୀ ମହୋତ୍ସବ ପାଳିତ ହୋଇଥାଏ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Jun 2, 2019, 10:23 PM IST

ନୂଆପଡା: ଐତିହ୍ୟ ପରମ୍ପରା ଲୋକ କଳା, ସଂସ୍କୃତି ଓ ଭାଇଚାରାକୁ ସୁଦୃଢ କରିବା ପାଇଁ ଗତ ତିନି ଧରି ନୂଆପଡା ଜିଲ୍ଲା ସିନାପାଲି ହାଇସ୍କୁଲ ପଡିଆ ଠାରେ ୨୦୧୯ ଉଦନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଥିଲା । ଗତକାଲି ସନ୍ଧ୍ୟାରେ ଏହି ମହୋତ୍ସବ ଉଦଯାପିତ ହୋଇଯାଇଛି । ସିନାପାଲି ପଞ୍ଚାୟତ ସମିତି ଅଧକ୍ଷ୍ୟା ତପସ୍ଵନୀ ମାଝୀ ଉଦଯାପନୀ ଉତ୍ସବରେ ଯୋଗଦେଇ ନୂଆପଡାର କଳା ଓ ସଂସ୍କୃତି ଉପରେ କରିଛନ୍ତି ଆଲୋକପାତ ।

ହଜିଯାଉଥିବା ଐତିହ୍ୟ ଲୋକ କଳା ପରମ୍ପରାକୁ ଉଜ୍ଜୀବିତ ରଖିବା ଓ ଯୁବମାନସଙ୍କୁ ନିଜପରମ୍ପରାକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ନୂଆପଡାର ପ୍ରସିଦ୍ଧ ଉଦନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ୧୪ବର୍ଷରେ ପଦାର୍ପଣ କରିଥିବା ଉଦନ୍ତୀ ମହୋତ୍ସବ ନୂଆପଡା ଜିଲ୍ଲାର ଏକ ଅନନ୍ୟ ଉତ୍ସବ ଯାହା ଜିଲ୍ଲାର ସାମୂହିକ ବିକାଶ କରିବାରେ ମାର୍ଗଦର୍ଶନ ଦେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା
ଉଦନ୍ତୀ ମହୋତ୍ସବରେ ବହୁ ସାହିତିକ୍ୟ, ବୁଦ୍ଧିଜୀବିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମହୋତ୍ସବକୁ ସଫଳ କରିଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ କଳାକାର ସେମାନଙ୍କ ଲୋକ ନୃତ୍ୟ ପ୍ରଦର୍ଶିତ କରିଥିଲେ । ଏହାଛଡା ବିଭିନ୍ନ ଖାଦ୍ୟର ଭରପୁର ମଜା ନେଇଥିଲେ ।

ପଛୁଆ ଅନୁନ୍ନତ ଅଞ୍ଚଳ ନୂଆପଡାରେ ଏମିତି ଏକ ମହୋତ୍ସବର ଆୟୋଜନ ନିଶ୍ଚିତ ଭାବେ ଜିଲ୍ଲାକୁ ନୂତନ ପରିଚୟ ଦେବ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.