ETV Bharat / briefs

ଭୋଟ ଦେଇ ଗାଁ ରୁ ଦୁଇ ପରିବାର ବାସନ୍ଦ - ODISHA

ନିର୍ବାଚନ କମ୍ ଦିନ ଥିବାରୁ  ଅନ୍ୟତ୍ର ବୁଥ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିବା ସହ ରସାଳୀ ଗ୍ରାମବାସୀଙ୍କୁ ବ୍ୟାପକ ସୁରକ୍ଷା ଯୋଗାଇଦିଆଯିବ ବୋଲି ପ୍ରଶାସନ କହିଥିଲା କିନ୍ତୁ  ରସାଳୀ ଗ୍ରାମର ଦୁଇଟି ପରିବାର ଭୋଟ ଦେବାକୁ ଯାଇଥିଲେ ଆଉ ଏବେ ଏହି ଦୁଇ ପରିବାର ଭୋଟ ଦେଇ ନିଜ ଗାଁରୁ ବାସନ୍ଦ ।

ଡିଜାଇନ ଫଟୋ
author img

By

Published : Apr 21, 2019, 12:54 PM IST

ବରଗଡ: ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନରେ ଯେମିତି ସମସ୍ତ ନାଗରିକ ମତଦାନ ସାବ୍ୟସ୍ତ କରିପାରିବେ ସେଥିପାଇଁ ନିର୍ବାଚନ କମିସନ ବ୍ୟାପକ ସଚେତନାତା କରିବା ସହ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହା ମଧ୍ୟରେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବାବେଳେ ବରଗଡ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ଗଣତାନ୍ତ୍ରିକ ଅଧିକାର ମତଦାନ ସାବ୍ୟସ୍ତ କରିଥିବା ଦୁଇ ପରିବାରକୁ ପଡିଛି ମହଙ୍ଗା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁସାରେ ବରଗଡ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ଖରାମୁଣ୍ଡା ପଞ୍ଚାୟତର ତରାକନା ଗ୍ରାମବାସୀ ଓ ରସାଳୀ ଗ୍ରାମବାସୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ଲାଗିରହିଛି । ତେବେ ସାଧାରଣ ନିର୍ବାଚନରେ ରସାଳୀ ଗ୍ରାମବାସୀଙ୍କ ପୋଲିଙ୍ଗ ବୁଥ ତରାକନା ଗ୍ରାମରେ ରହିଥିବାରୁ ରସାଳୀ ଗ୍ରାମବାସୀ ତାଙ୍କ ନିଜ ଗ୍ରାମରେ ମତଦାନ ପାଇଁ ସ୍ଵତନ୍ତ୍ର ବୁଥ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ ଏବଂ ବୁଥ ନାହି ତ ଭୋଟ ବି ନାହିଁ ବୋଲି ବରଗଡ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ।

ହେଲେ ନିର୍ବାଚନ କମ୍ ଦିନ ଥିବାରୁ ଅନ୍ୟତ୍ର ବୁଥ କରାଯାଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିବା ସହ ରସାଳୀ ଗ୍ରାମବାସୀଙ୍କୁ ବ୍ୟାପକ ସୁରକ୍ଷା ଯୋଗାଇଦିଆଯିବ ବୋଲି ପ୍ରଶାସନ କହିଥିଲା କିନ୍ତୁ ରସାଳୀ ଗ୍ରାମର ଦୁଇଟି ପରିବାର ଭୋଟ ଦେବାକୁ ଯାଇଥିଲେ ଏବେ ଏହି ଦୁଇ ପରିବାର ଭୋଟ ଦେଇ ନିଜ ଗାଁରୁ ବାସନ୍ଦ । କଣ ଘଟିଛି ଏହି ପରିବାର ଦ୍ବୟ ପ୍ରତି ଭୋଟ ଦେଲା ପରେ ଦେଖନ୍ତୁ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.