ଶ୍ରୀନଗର: ଜମ୍ମୁ-କଶ୍ମମୀରର ତ୍ରାଲ ଠାରେ ଆତଙ୍କବାଦ ଆକ୍ରମଣ। ସିଆରପିଏଫ୍ କ୍ୟାମ୍ପରେ ଗ୍ରେନେଡ୍ ମାଡ କରିଥିବା ସୂଚନା ମିଳିଛି ।
ଖବରମୁତାବକ, ଶୁକ୍ରବାର ଦିନ ସିଆରପିଏଫର 180 ବାଟାଲିୟନ କ୍ୟାମ୍ପରେ ଆତଙ୍କବାଦୀ ଗ୍ରେନେଡ୍ ମାଡ କରିଛନ୍ତି । ମିଳିଥିବା ସୂଚନାନୁସାରେ ଏବେ ବି କ୍ୟାମ୍ପର ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଛନ୍ତି । ବର୍ତ୍ତମାନ ସୁରକ୍ଷାବଳ ପକ୍ଷରୁ କ୍ରମାଗତ ଭାବେ ଫାୟରିଂ ଜାରି ରହିଛି।
ସୂଚନାଥାଉକି, ଗତ 14 ଫେବୃଆରୀରେ ପୁଲଓ୍ବାମା ଠାରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ପ୍ରାୟ 40ଜଣ ଯବାନ ଶହୀଦ ହୋଇଥିଲେ।