ETV Bharat / briefs

ମାନବ ସମାଜ ପାଇଁ ଆତଙ୍କବାଦ ସବୁଠାରୁ ବଡ ବିପଦ: ମୋଦି - g-20

ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ମାନବ ସମାଜ ପାଇଁ ଆତଙ୍କବାଦ ଏକ ବଡ ସମସ୍ୟା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ଫାଇଲ ଫଟୋ
author img

By

Published : Jun 28, 2019, 11:09 AM IST

Updated : Jun 28, 2019, 11:55 AM IST

ନୂଆଦିଲ୍ଲୀ: ଜାପାନର ଓସାକାରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହ ଇରାନ, 5ଜି, ଦ୍ବିପାକ୍ଷିକ ସମ୍ବନ୍ଧ ଏବଂ ପ୍ରତିରକ୍ଷା ମାମଲା ଉପରେ ଚର୍ଚ୍ଚା କରିଛନ୍ତି । ସେହିପରି ଡ୍ରୋନାଲ୍ଡ ଟ୍ରମ୍ପ ମୋଦିଙ୍କ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ କହିଛନ୍ତି ।

od_ PM Modi
ଫଟୋ ସୌଜନ୍ୟ: @ANI

ଇତିମଧ୍ୟରେ ମୋଦି କହିଛନ୍ତି ଯେ, ଭାରତ ଏବଂ ଆମେରିକା ସମ୍ପର୍କ ଆହୁରି ସୁଦୃଢ ହେବ । ଲୋକତନ୍ତ୍ର ଏବଂ ଶାନ୍ତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏଥିସହିତ ମୋଦି ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା) ଦେଶର ବୈଠକରେ କହିଛନ୍ତି ବର୍ତ୍ତମାନ ସମୟରେ ମାନବ ସମାଜ ପାଇଁ ଆତଙ୍କବାଦ ଏକ ବଡ ସମସ୍ୟା ପାଲଟିଛି । ଏମାନେ କେବଳ ନୀରିହ ଲୋକଙ୍କ ଜୀବନ ନେଉଛନ୍ତି ତାହା ନୁହେଁ ବରଂ ଦେଶର ଆର୍ଥିକ ଏବଂ ସାମାଜିକ ଶାନ୍ତି ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଉଛନ୍ତି । ଆତଙ୍କବାଦୀଙ୍କ ସାହାଯ୍ୟ କରୁଥିବା ସମସ୍ତ ମାଧ୍ୟମ ଉପରେ ଆମକୁ ରୋକ ଲଗାଇବାକୁ ପଡିବ ।

ମୋଦି ଏହା ମଧ୍ୟ କହିଛନ୍ତି ଜାପାନ, ଆମେରିକା ଓ ଭାରତର ଅର୍ଥ ହେଉଛି ଜୟ । ମେକ୍ ଇନ ଇଣ୍ଡିଆ ମନ୍ତ୍ର ସହିତ ଭାରତ, ଆମେରିକା ଏବଂ ଜାପାନ ଆଗକୁ ବଢିବାରେ ଲାଗିଛି । ଭାରତର ଏକମାତ୍ର ମନ୍ତ୍ର ହେଉଛି, "ସବକା ସାଥ, ସବକା ବିକାଶ। "

Intro:Body:

blank

Conclusion:
Last Updated : Jun 28, 2019, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.