ETV Bharat / briefs

ମହାବାତ୍ୟା@20, ଛତିଶ ଘଣ୍ଟାରେ ଛାରଖାର ଓଡିଶା

1999 ମହାବାତ୍ୟାକୁ ଆଜି ପୂରିଛି 20 ବର୍ଷ । ଆଜିବି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମହାବାତ୍ୟାକୁ ନେଇ ଭୟର ବାତାବରଣ ...

author img

By

Published : Oct 29, 2019, 10:11 AM IST

Updated : Oct 29, 2019, 7:32 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ସେଦିନ ଥିଲା 28 ଅକ୍ଟୋବର 1999 ମସିହା । 28,29ଓ30 3ଦିନ ଧରି ରାଜ୍ୟର ଉପକୂଳକୁ ସମୁଦ୍ର ଗର୍ଭରୁ ମାଡି ଆସିଥିଲା ମୃତ୍ୟୁର ସୌଦାଗର ମହାବାତ୍ୟା । 2ଦିନ ଧରି ତାଣ୍ଡବ ଚଳାଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂପୁରଓ କେନ୍ଦ୍ରାପଡାରେ ରଚିଥିଲା ପ୍ରଳୟ । ବାତ୍ୟାକୁ 20ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ରାଜ୍ୟବାସୀ ଭୁଲି ନାହାଁନ୍ତି ସେହି ସମୟକୁ । ବାତ୍ୟାର ମାଡରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏରସମା ଓ ପାରାଦ୍ବୀପ ଅଞ୍ଚଳରେ ପ୍ରାୟ 10 ହଜାରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଥଲା । ତେବେ ବେସରକରୀ ଭାବେ ଏହାଠାରୁ ଢେର ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଖାଲି ଏତିକି ନୁହେଁ ହଜାର ହଜାର ସଂଖ୍ୟାରେ ଗୃହପାଳିତ ପଶୁପକ୍ଷୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।

ମହାବାତ୍ୟା@20

ଦୀର୍ଘ ୩୬ ଘଣ୍ଟା ଧରି ତାଣ୍ଡବଲୀଳା ରଚାଇଥିବା ମହାବାତ୍ୟା ଘଣ୍ଟାକୁ ୩୫୦ କିମି ବେଗରେ ପବନ ବୋହିଥିଲା । ଏହାର ପ୍ରଭାବରେ ରାଜ୍ୟର ଉପକୂଳ ସଂପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଥିଲା । ସେତେବେଳେ ଯୋଗାଯୋଗ ବ୍ୟବସ୍ଥାର ଦୁର୍ବଳ ଅଭାବ ପାଇଁ ଲୋକଙ୍କୁ ସ୍ଥାନାନ୍ତର ମଧ୍ୟ ଆବଶ୍ୟକତା ଅନୁସାରେ କରାଯାଇ ପାରିନଥିଲା । ବିଶେଷ କରି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଏରସମାରେ ଯେଉଁ ଭୟଙ୍କର ସ୍ଥିତି ଉତ୍ପନ ହୋଇଥିଲା ତାହାକୁ ଆଜିବ ଲୋକେ ଭୁଲି ପାରିନାହାଁନ୍ତି । ଏହା ପରଠାରୁ ରାଜ୍ୟ ଅନେକ ବାତ୍ୟା ଦେଖିଛି ଫାଇଲିନ,ହୁଡହୁଡ, ତିତଲିଓ ଫନି ଫରି ବାତ୍ୟା ରାଜ୍ୟର ଉପକୂଳକୁ ଦୋହାଲାଇ ଯାଇଛନ୍ତି । କିନ୍ତୁ 1999 ମସିହାର ସେହି ମହାବାତ୍ୟା ଆଜିବି ମନରୁ ଲିଭିନି । ଏହି ମହାବାତ୍ୟାରେ ଅନେକ ପରିବାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ଆଉକେତେ କେତେ ପରିବାର ସବୁଦିନ ପାଇଁ ଏକା ହୋଇଯାଇଛନ୍ତି ।

ବ୍ୟାତାକୁ ପୂରିଛି 20ବର୍ଷ । ବିଗତ 20 ବର୍ଷରେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ବାତ୍ୟାକୁ ସଫଳତାର ସହ ମୁକାବିଲା କରୁଛନ୍ତି । ହେଲେ ସେହି ମହାବାତ୍ୟାରେ ଯାହା କ୍ଷତି ହୋଇଛି ତାହା ଆଜିବି ପୂରଣ ହୋଇନି କି କେବେ ମଧ୍ୟ ହେବନି । ଏବେ ସମୟ ଆସିଛି ମହାବାତ୍ୟାରେ ଯେଉଁ ପରିବାର ବ୍ୟାପକ ଭାବେ ନିଜ ପ୍ରିୟ ପରିଜନ ସହ ଧନ ସମ୍ପତ୍ତି ହରାଛନ୍ତି ସେମାନଙ୍କୁ ଆହୁରି ସାହାଯ୍ୟ ସହଯୋଗ ଯୋଗାଇଦେବାର ।

Intro:Body:

BLANK FOR LINK 

Conclusion:
Last Updated : Oct 29, 2019, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.