ETV Bharat / briefs

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଧାରଣା - ରାୟଗଡା

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ରାୟଗଡା ନାଗରିକ ମଞ୍ଚ । ଆଉ ଏହି ଧାରଣାରେ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ରାୟଗଡା
author img

By

Published : May 8, 2019, 6:14 AM IST

ରାୟଗଡା: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ରାୟଗଡା ନାଗରିକ ମଞ୍ଚ । ପ୍ରତିବାଦରେ ତହସିଲ ଅଫିସ୍ ଆଗରେ ଧାରଣା ଦେଇଥିଲେ । ସରକାରୀ ଜାଗା ଅଭାବରୁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରୁନଥିବା ବେଳେ ରାୟଗଡା ଅଚଳ ଚିନି କଳ ନିଜ ଅକ୍ତିଆରରେ ରଖିଥିବା ସିଲିଂ ଜମିକୁ ସରକାରୀ ଖାତାକୁ ଅଣାଯାଉ ଏବଂ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ ବୋଲି ମଞ୍ଚ ଦାବି କରିଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ରାୟଗଡା

ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ନଶୁଣିବାରୁ ମଙ୍ଗଳବାର ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛି ରାୟଗଡା ନାଗରିକ ମଞ୍ଚ । ଆଉ ଏହି ଧାରଣାରେ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଖବରମୁତାବକ, ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି 2014 ମସିହାରେ ପିପିପି ଢାଞ୍ଚାରେ ମେଡିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଥିବା କଥା ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ବିଧାନସଭାରେ କହିଥିଲେ । ହେଲେ ପ୍ରତିଶୃତିର 4 ବର୍ଷ ପରେ ମଧ୍ୟ ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିଲା ନାହିଁ । ଆବଶ୍ୟକୀୟ ସ୍ଥାନ ଅଭାବରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିଦିଆଗଲା ।

ଅନ୍ୟପଟେ ଦୀର୍ଘ 30 ବର୍ଷ ଧରି ରାୟଗଡାରେ ଥିବା ଜୟପୁର ଚିନି କଳ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ଏହି କାରଖାନା ପ୍ରାୟ 506 ଏକର ସରକାରୀ ସିଲିଂ ଜମିକୁ ମାଡି ବସିଛି । ତେବେ ରାୟଗଡା ନାଗରିକ ମଞ୍ଚ ଉକ୍ତ ଜମିକୁ ସରକାରୀ ଖାତାକୁ ଆଣିବା ପରେ ସେଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.