ETV Bharat / briefs

‘ନଗଡ଼ାକୁ ଠକିଛନ୍ତି ସରକାର, ବିକାଶ ନାଁରେ ହୋଇଛି ଲୁଟ’ - pradip pradhan

ନଗଡ଼ା ଭିତ୍ତିଭୂମିର ଉନ୍ନତି ହୋଇଛି, କିନ୍ତୁ ସାଧାରଣ ଲୋକଙ୍କ ଜୀବନଚର୍ଯ୍ୟାରେ କୌଣସି ଉନ୍ନତି ହୋଇନାହିଁ ବୋଲି ଅଭିଯୋଗ କରିଛି ରାଇଟ ଟୁ ଫୁଡ଼ କାମ୍ପେନ । ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଉ ବୋଲି ରାଜ୍ୟ ସଂଯୋଜକ ପ୍ରଦୀପ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 11, 2019, 6:04 PM IST

Updated : Jun 11, 2019, 10:49 PM IST

ଭୁବନେଶ୍ବର: ବିକାଶ ନାଁରେ ପକେଟ ଗରମ କରିଛି ପ୍ରଶାସନ । ୩୫ ଟଙ୍କାର ଚାଉଳ ପାଇଁ ଖର୍ଚ୍ଚ କରୁଛନ୍ତି ୮୦ ଟଙ୍କା । ଆଜିବି ଅପହଞ୍ଚ ସ୍ବଚ୍ଛ ପରିମଳ ଯୋଜନା । ପାନୀୟ ଜଳ ନାଁରେ ହଡପ ହୋଇଛି ଲକ୍ଷାଧିକ ଟଙ୍କା । ବିକାଶ ନାଁରେ ଲୁଟ ହୋଇଛି ଟଙ୍କା । ନଗଡ଼ାକୁ ଧୋକା ଦେଇଛନ୍ତି ରାଜ୍ୟସରକାର । ଏଭଳି ଅଭିଯୋଗ କରିଛନ୍ତି ରାଇଟ ଟୁ ଫୁଡ଼ କ୍ୟାମ୍ପେନର ରାଜ୍ୟ ସଂଯୋଜକ ପ୍ରଦୀପ ପ୍ରଧାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନଗଡ଼ାର ଭିତ୍ତିଭୂମିର ଉନ୍ନତି ହୋଇଛି, କିନ୍ତୁ ସାଧାରଣ ଲୋକଙ୍କ ଜୀବନଚର୍ଯ୍ୟାରେ କୌଣସି ଉନ୍ନତି ହୋଇନାହିଁ ବୋଲି ଅଭିଯୋଗ କରିଛି ରାଇଟ ଟୁ ଫୁଡ଼ କାମ୍ପେନ । ୨୦୧୬ରେ ନଗଡ଼ାରେ ପୁଷ୍ଟିହୀନତାରେ ଶିଶୁ ମୃତ୍ୟୁ ପରେ ରାଜ୍ୟ ସରକାର ବ୍ୟାପକ ଭାବରେ ୨୪ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ । ହେଲେ ନଗଡ଼ାବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶର ଅଭିବୃଦ୍ଧି ଘଟିନାହିଁ ବୋଲି ପ୍ରଦୀପ ପ୍ରଧାନ କହିଛନ୍ତି ।

ସୂଚନା ଅଧିକାର ଆଇନ ଅଧାରରେ ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ଏବେବି ନଗଡ଼ାରେ ପୁଷ୍ଟିହୀନତା ବଞ୍ଚିଛି । ସମସ୍ତ ଯୋଜନା ପିଇବା ପାଣି, ଶୌଚାଳୟ, ରହିବା ପାଇଁ ଘର ସେଠି ଅଧା ପାନ୍ତରିଆ ହୋଇଛି, ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ପ୍ରଦୀପ ପ୍ରଧାନ କହିଛନ୍ତି । ନଗଡ଼ା ବାସୀଙ୍କ ବିକାଶ ନେଇ ପ୍ରତ୍ୟକ ୧୫ ଦିନରେ ସମୀକ୍ଷା ହେଉ । ଯାତାୟତ ପାଇଁ ବିଜୁ ଗାଁ ଗାଡି ଚାଲୁ । ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

right to food campaign
Last Updated : Jun 11, 2019, 10:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.