ETV Bharat / briefs

ନରସିଂହଙ୍କ ସହ ସ୍ବର ମିଶାଇଲେ ସୌମ୍ୟ, ନ୍ୟାୟପାଳିକାଙ୍କୁ ଡରୁଛନ୍ତି ବିଧାୟକ

author img

By

Published : Jul 1, 2019, 5:47 PM IST

Updated : Jul 1, 2019, 7:22 PM IST

ରାଜନେତା ବିଭିନ୍ନ ସମୟରେ ଅନେକ ମାମଲାରେ ଯୋଡି ହେଉଛନ୍ତି । ତେଣୁ ସେମାନେ ନ୍ୟାୟପାଳିକା ଓ ଓକିଲଙ୍କୁ ଡରୁଛନ୍ତି ବୋଲି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଗତ 8 ମାସରୁ ଅଧିକ ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନର ସମାଧାନ ସରକାର କରୁନାହାନ୍ତି । ଏନେଇ ବାଚସ୍ପତିଙ୍କ ହସ୍ତକ୍ଷେପ ଦାବି କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ବିଧାନସଭା ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି । ନରସିଂହଙ୍କ ସହ ସ୍ବର ମିଶାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ବିଭିନ୍ନ ସମୟରେ ନାନା ମାମଲାରେ ଜଡିତ ରହୁଥିବାରୁ ବିଧାୟକ ମଧ୍ୟ ଏହି ପ୍ରସଙ୍ଗକୁ ଅଣଦେଖା କରୁଛନ୍ତି ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଓକିଲ ଆନ୍ଦୋଳନକୁ ଏକ ନୂଆ ଦିଗ ଦେବାକୁ ଯାଇ ସୌମ୍ୟ କହିଛନ୍ତି ଯେ ରାଜ୍ୟରେ ନ୍ୟାୟପାଳିକା ଚୟନକୁ ନେଇ ଏଭଳି ଅସନ୍ତୋଷ ସୃଷ୍ଟି ହେଉଛି । ନ୍ୟାୟପାଳିକା ଚୟନ କମିଟି କାହା ନାମ ସୁପାରିସ କରୁଛି ତାହା ପଦାକୁ କିପରି ଆସୁଛି । ଏଥର ମଧ୍ୟ ଜଣେ ନ୍ୟାୟପାଳିକାଙ୍କ ଚୟନକୁ ନେଇ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ହେଉଛି ଯେ ଜଣେ ଓଡିଶା ବାହାରର ଆଇନଜୀବୀଙ୍କୁ ନ୍ୟାୟପାଳିକା ଭାବେ ଚୟନ କରାଯାଉଛି ।

ଆନ୍ଦୋଳନ କରୁଥିବା ଆଇନଜୀବୀ ଅଭିଯୋଗ କରୁଛନ୍ତି ଯେ ସେ କେବେ ବି ଓଡିଶା ହାଇକୋର୍ଟରେ ମାମଲା ଲଢିନାହାନ୍ତି । ସେ ପୁଣି ଜଣେ ଅଣଓଡିଆ । ଜନପ୍ରତିନିଧି ଭାବେ ବିଧାୟକ ମଧ୍ୟ ଓକିଲ ଓ ନ୍ୟାୟପାଳିକାଙ୍କ ସମ୍ପର୍କରେ କିଛି କହିବାକୁ ଡରୁଛନ୍ତି । କାରଣ ରାଜନେତା ଭାବେ ବିଭିନ୍ନ ସମୟରେ ସେମାନେ ମୋକଦ୍ଦମାରେ ଜଡିତ ରହୁଛନ୍ତି । ଫଳରେ ନ୍ୟାୟପାଳିକାଙ୍କ ରୋଷର ଶିକାର ହେବାର ଡର ସେମାନଙ୍କୁ ଘାରି ରହିଛି ବୋଲି ସେ କହିଛନ୍ତି ।

ଏନେଇ କେବଳ ଉଦବେଗ ପ୍ରକାଶ ପାଇଥିବାବେଳେ ଏହାକୁ ଡରି କିଛି ନକହିବା ବା ଚୁପ ରହିବା ନିଜ କର୍ତ୍ତବ୍ୟ ପ୍ରତି ଅବହେଳା । ଏହାସହ ଚୁପଚାପ ସମର୍ଥନ ଦେବା ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ ବୋଲି ସୌମ୍ୟ କହିଛନ୍ତି । ତେବେ ଓଡିଆ ଢଗ 'ଆଲୋ ସଖି ଆପଣ ମହତ ଆପେ ରଖି'ର ଉଦାହରଣ ଦେଇ ସେ କହିଛନ୍ତି ଯେ ନ୍ୟାୟପାଳିକା ମଧ୍ୟ ଲୋକ ପ୍ରତିନିଧିଙ୍କ ସମ୍ମାନ ପାଇବାକୁ ହେଲେ ନିଜକୁ ସେଥିପାଇଁ ଯୋଗ୍ୟ କରିବା ଉଚିତ ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ଓକିଲ ଓ ନ୍ୟାୟପାଳିକାଙ୍କୁ ବିଧାୟକ ଡରୁଛନ୍ତି

ଭୁବନେଶ୍ବର () ରାଜ୍ୟରେ ଗତ 8 ମାସରୁ ଅଧିକ ଦିନ ହେଲା ଓକିଲମାନଙ୍କ ଆନ୍ଦୋଳନ ଚାଲିଛି । ଏହାର ସମାଧାନ ହୋଇପାରିନି । ସରକାର ମଧ୍ୟ ଆନ୍ଦୋଳନରତ ଆଇନଜୀବୀଙ୍କ ସହ ଆଲୋଚନା କରୁନାହାଁନ୍ତି । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିବା ସହ ବାଚସ୍ପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

ନରସିଂହଙ୍କ ସହ ସ୍ବର ମିଳାଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ  । ସେ ଏହି ଉଦବେଗକୁ ଏକ ନୂଆ ଦିଶା ଦେବାକୁ ଯାଇ କହିଛନ୍ତି ଯେ, ରାଜ୍ୟରେ ଜଜ୍ ବା ନ୍ୟାୟପାଳିକ ମନୋନୟକୁ ନେଇ ଏଭଳି ଅସନ୍ତୋଷ ସୃଷ୍ଟି ହେଉଛି । ନ୍ୟାୟପାଳିକା ଚୟନ କମିଟି କାହା ନାଁ ସୁପାରିଶ କରୁଛି ତାହା ପଦାକୁ ଆସୁଛି କେମିତି । ଏପରିକି ଏଥର ଜଣେ ନ୍ୟାୟପାଳିକାଙ୍କ ଚୟନକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ହେଉଛି ଜଣେ ଓଡିଶା ବାହାରର ଆଇନଜୀବୀଙ୍କୁ ନ୍ୟାୟପାଳିକା ଭାବେ ଚୟନ କରାଯାଉଛି । ଆନ୍ଦୋଳନ କରୁଥିବା ଆଇନଜୀବୀମାନେ ଅଭିଯୋଗ କରୁଛନ୍ତି ଯେ, ସେ କେବେ ବି ଓଡିଶା ହାଇକୋର୍ଟରେ କେସ ଲଢିନାହାଁନ୍ତି । ସେ ପୁଣି ଜଣେ ଅଣଓଡିଆ । ଜନପ୍ରତିନିଧି ଭାବେ ବିଧାୟକମାନେ ମଧ୍ୟ ଓକିଲ ଓ ନ୍ୟାୟପାଳିକାଙ୍କ ସମ୍ପର୍କରେ କିଛି କହିବାକୁ ଡରୁଛନ୍ତି । କାରଣ ରାଜନେତା ଭାବେ ବିଭିନ୍ନ ସମୟରେ ମାଲିମକଦ୍ଦମାରେ ଜଡିତ ହେଉଥିବାରୁ ନ୍ୟାୟପାଳିକାଙ୍କ ରୋଷର ଶିକାର ହେବେ । ନ୍ୟାୟପାଳିକା ମଧ୍ୟ ଲୋକ ପ୍ରତିନିଧିଙ୍କ ସମ୍ମାନ ପାଇବାକୁ ହେଲେ ନିଜକୁ ସେଥିପାଇଁ ଯୋଗ୍ୟ କରିବା ଉଚିତ ବୋଲି ସୌମ୍ୟରଂଜନ କହିଛନ୍ତି ।

ବାଇଟ -- ସୌମ୍ୟ ରଂଜନ ପଟ୍ଟନାୟକ, ବିଜେଡି ବିଧାୟକ

(Byte has been sent in LiveU) 

Last Updated : Jul 1, 2019, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.