ETV Bharat / briefs

ଆଦିବାସୀ ମନ୍ତ୍ରୀଙ୍କୁ ମିଳୁ କ୍ୟାବିନେଟ ପାହ୍ୟା: ପୂର୍ବତନ ସାଂସଦ

author img

By

Published : Jun 3, 2019, 5:27 PM IST

ନିୟମ ଅନୁସାରେ ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କୁ ଆଦବାସୀ ବିଭାଗର ମନ୍ତ୍ରୀ କରାଯିବା କଥା କିନ୍ତୁ ଚଳିତ ମନ୍ତ୍ରୀମଣ୍ଡଳରେ ଏହା ବ୍ୟତିକ୍ରମ ହୋଇଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ଆଦିବାସୀ ନେତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ତାଙ୍କ ମନ୍ତ୍ରୀମଣ୍ଡଳ ବିଭାଗ ମଧ୍ୟ ବଣ୍ଟନ କରିଛନ୍ତି ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଆଦିବାସୀ ନେତା । ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ସାକ୍ଷାତ କରି ଏନେଇ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ରାମଚନ୍ଦ୍ର ହଂସଦା ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ।

ଭିଡିଓ ସୌଜନ୍ୟ: ପ୍ରତିନିଧି , ଭୁବନେଶ୍ବର

ସେମାନେ ଦର୍ଶାଇଛନ୍ତି ସମ୍ବିଧାନର ଧାରା 164 ଅନୁସାରେ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ ଓ ଓଡିଶା ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ରାଜ୍ୟର ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟାର ଜଣେ ମନ୍ତ୍ରୀଙ୍କୁ ଆଦିବାସୀ ବିଭାଗ ଦେବାକଥା । ମାତ୍ର ଚଳିତ ମନ୍ତ୍ରୀମଣ୍ଡଳରେ ଆଦିବାସୀ ବିଭାଗ ପାଇଥିବା ଜଗନ୍ନାଥ ସାରକା ହେଉଛନ୍ତି ଜଣେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ । ଯେହେତୁ ଶାସନ ବ୍ୟବସ୍ଥାରେ ମନ୍ତ୍ରୀ ପରିଷଦ ବା କ୍ୟାବିନେଟ ସବୁ ନିଷ୍ପତି ନିଅନ୍ତି ସେହି ଦୃଷ୍ଟିରୁ ଜଣେ ଆଦିବାସୀ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି ଏହି ଦୁଇନେତା ।

ତେଣୁ ଆଦିବାସୀ ବର୍ଗର ଜଣେ ନେତାଙ୍କୁ କ୍ୟାବିନେଟ ପାହ୍ୟା ଦେଇ ଆଦିବାସୀ ବିଭାଗ ଦିଆଯାଉ ବୋଲି ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରୁ ଲକ୍ଷ୍ମୀକାନ୍ତ ଦାଶ, ଇଟିଭି ଭାରତ

Intro:Body:

dgsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.