ଜଗତସିଂହପୁର: ବାତ୍ୟା 'ଫନି' ଦ୍ବାରା ପ୍ରଭାବିତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ସରକାରଙ୍କ ତରଫରୁ ରିଲିଫ ପ୍ରଦାନ କରାଯାଇଛି। ଏହାକୁ ତଦାରଖ କରିଛନ୍ତି ଜିଲ୍ଲାପାଳ ତାପସ ପୁନମ ଗୁହା ।
ସେପଟେ ଜିଲ୍ଲାରେ କିଛି ସ୍ଥାନରେ ରିଲିଫ ପହଞ୍ଚିନଥିବାରୁ ବାତ୍ୟା ପୀଡ଼ିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ପ୍ରଶାସନ ଅବହେଳା କରୁଛି ବୋଲି ପୀଡ଼ିତମାନେ ଅଭିଯୋଗ କରିଛନ୍ତି । ରିଲିଫ ପାଇଁ ରଘୁନାଥପୁର ଓ ବିରିଡି ବ୍ଲକରେ ଜନସାଧାରଣ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି ।
ତେବେ ଏପରି ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ମଙ୍ଗଳବାର 2ଟି ସ୍ଥାନରେ ରିଲଫ ବାଣ୍ଟିଥିବା ଜଣାପଡ଼ିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ପାତ୍ର