ETV Bharat / briefs

ବରଗଡରେ ସାନି ମତଦାନବେଳେ ମୂର୍ଚ୍ଛା ହେଲେ ମହିଳା

ସାନି ମତଦାନବେଳେ ଅଚେତ ହେଲେ ମହିଳା । ଭୋଟ କେନ୍ଦ୍ରରେ ଏଭଳି ଅଘଟଣ ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଛାଉଣୀ କରାଯାଇଛି । ପ୍ରଚଣ୍ଡ ଖରା ଯୋଗୁଁ ମହିଳା ଜଣକ ଅଚେତ ହୋଇ ପଡ଼ିଯାଇଥିଲେ ।

author img

By

Published : Apr 25, 2019, 11:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବରଗଡ଼ 68 ନମ୍ବର ବୁଥରେ ଚାଲିଛି ସାନି ମତଦାନ । ମତଦାନ ପାଇଁ ଧାଡିରେ ଛିଡା ହୋଇଥିବା ଭୋଟରଙ୍କ ସହ ଘଟିଛି ଅଘଟଣ । ଲମ୍ବା ଲାଇନରେ ଛିଡା ହୋଇଥିବା ଜଣେ ମହିଳା ହଠାତ୍ ଅଚେତ୍ ହୋଇପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାଯୋଗ୍ୟ, ଜିଲ୍ଲାର ଏହି ବୁଥରେ ସମୁଦାୟ 1352 ଭୋଟର ରହିଥିବାବେଳେ ଗତ 18 ତାରିଖରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ତ୍ରୁଟି ହୋଇଥିଲା । ଫଳରେ 670 ଜଣ ଭୋଟର ନିଜ ମତଦାନ ଦେଇସାରିଥିବାବେଳେ ଇଭିଏମ ମେସିନରେ ତ୍ରୁଟି ଯୋଗୁଁ ମତଦାନକୁ ଅଧାରୁ ବନ୍ଦ କରାଯାଇଥିଲା । ଯାହାକୁ ନେଇ ଆଜି ସାନି ମତଦାନ କରାଯାଇଛି ।

ଏହି ସାନି ମତଦାନ ପାଇଁ ସକାଳୁ ବହୁ ମହିଳା ଲାଇନରେ ଛିଡା ହୋଇଥିଲେ । ଖରା ବଢିବା କାରଣରୁ ମହିଳା ଜଣକ ଅଚେତ ହୋଇ ପଡ଼ିଯାଇଥିଲେ । ତାଙ୍କୁ ଛାଇକୁ ଆଣି ଲୋକେ ତାଙ୍କ ମୁଣ୍ଡରେ ପାଣି ଦେଇଥିଲେ । ଏହା ପରେ ତାଙ୍କ ଚେତା ଆସିଥିଲା । ଏଭଳି ଅପ୍ରୀତିକର ଘଟଣା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଛାଉଣୀ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.