ଭୁବନେଶ୍ବର: ବାତ୍ଯା ପ୍ରଭାବିତ ଜିଲ୍ଲା ଗୁଡିକରେ ମଙ୍ଗଳବାର ଠାରୁ ହେବ ରିଲିଫ ବଣ୍ଟନ । ଆସନ୍ତା ମଙ୍ଗଳବାର ଠାରୁ ତିନିଦିନ ପର୍ଯ୍ୟନ୍ତ ଏହି ରିଲିଫ ବଣ୍ଟନ କରାଯିବ । ବଣ୍ଟନରେ ଯେପରି କୌଣସି ପକ୍ଷପାତିତା ବା ରାଜନୈତିକ ହସ୍ତକ୍ଷେପ ନ ରହେ ତା ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଉକ୍ତ 3 ଜିଲ୍ଲାର ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସବୁ ଲୋକମାନଙ୍କ ନିକଟରେ ରିଲିଫ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ