ETV Bharat / briefs

ରାଜନୈତିକ ଲଢ଼େଇକୁ କୋର୍ଟକୁ ଆଣିବାକୁ ଚାହୁଁନାହିଁ: ରାହୁଲ ଗାନ୍ଧୀ - rafale

ରାଫେଲ ଡିଲ ପ୍ରସଙ୍ଗରେ 'ଚୌକିଦାର ଚୋର ହୈ' ମନ୍ତବ୍ୟ ପାଇଁ ଅନୁତାପ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏସମ୍ପର୍କିତ ଅନ୍ୟ ଏକ ମାମଲାର ଶୁଣାଣି ଆଜି(ମଙ୍ଗଳବାର) ହେବ ।

ଫାଇଲ ଫଟୋ
author img

By

Published : Apr 30, 2019, 1:34 PM IST

ନୂଆଦିଲ୍ଲୀ: ରାଫେଲ ଡିଲ ପ୍ରସଙ୍ଗରେ 'ଚୌକିଦାର ଚୋର ହୈ' ମନ୍ତବ୍ୟ ପାଇଁ ଅନୁତାପ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏନେଇ ସେ ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏସମ୍ପର୍କିତ ଅନ୍ୟ ଏକ ମାମଲାର ଶୁଣାଣି ଆଜି(ମଙ୍ଗଳବାର) ହେବ ।

ଏ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ସେ । ଦଳର ସାଂସଦ ମୀନାକ୍ଷୀ ଲେଖିଙ୍କ ଦ୍ବାରା ଦାୟର କରାଯାଇଥିବା ଅପରାଧିକ ଅବମାନନା ଯାଚିକାକୁ ଖାରଜ କରିବାକୁ ଅନୁରୋଧ କରିଛନ୍ତି ସେ । ଏନେଇ ରାହୁଲ କହିଛନ୍ତି ଯେ, ଏହି ଯାଚିକା ନ୍ୟାୟିକ ପ୍ରକ୍ରିୟାର ଦୁରୂପଯୋଗ କରୁଛି । ରାଜନୈତିକ ଲଢ଼େଇକୁ ସେ କୋର୍ଟକୁ ଟାଣିବାକୁ ଚାହୁଁନାହାଁନ୍ତି ।

ସୁପ୍ରିମକୋର୍ଟରେ ରାଫେଲ ଡିଲ୍ ଦୁର୍ନୀତି ମାମଲା ବିଚାରାଧୀନ ଥିବାବେଳେ ରାହୁଲ ଗାନ୍ଧୀ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ମାନିଛନ୍ତି ଚୌକିଦାର ଚୋର ହୈ । ରାହୁଲଙ୍କ ଏହି ବୟାନ କୋର୍ଟଙ୍କ ଅବମାନନା କରୁଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବିଜେପି । ବିଜେପି ପକ୍ଷରୁ ଏନେଇ କୋର୍ଟରେ ଦାୟର ହୋଇଥିବା ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିଥିଲେ ।

Intro:Body:

BANA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.