କୁଆଲାଲମ୍ପର: ‘ପବଜି’ ପିଲାଙ୍କ ପାଇଁ ମୃତ୍ୟୁର ଫାଶ ପାଲଟୁଥିବା ବେଳେ ଏହାକୁ ନେଇ ରୋଜଗାର କରିଛନ୍ତି କିଛି ପିଲା । ସେ ପୁଣି ହଜାରେ କି ଦୁଇ ହଜାର ନୁହେଁ, କୋଟିଏ ଟଙ୍କା । ମାଲେସିଆରେ ଆୟୋଜିତ ପବଜି ମୋବାଇଲ କ୍ଲବ୍ ଟୁର୍ଣ୍ଣାମେଣ୍ଟରେ ଇଣ୍ଡୋନେସିଆର ଏକ ଟିମ ବିଜେତା ହୋଇଛି । ଆଉ ଜିତିଛି କୋଟିଏ ଟଙ୍କା ।
ଏହି ପ୍ରତିଯୋଗୀତାରେ ଶେଷ ପର୍ଯ୍ୟାୟରେ 15ଟି ଦଳ ଥିଲେ । କିନ୍ତୁ ଇଣ୍ଡୋନେସିଆର ବିଗରଟନ ଆରଏ ସମସ୍ତଙ୍କୁ ପଛରେ ପକାଇ 1,80,000 ଡଲାର ମୂଲ୍ୟର ପୁରସ୍କାର ଜିତିଥିଲେ । ଅନ୍ୟପଟେ ଚାଇନାର ଇସ୍ପୋର୍ଟସ ଦ୍ବିତୀୟ ପୁରସ୍କାର ଭାବେ 90 ହଜାର ଆମେରିକୀୟ ଡଲାର ଏବଂ ଥାଇଲ୍ୟାଣ୍ଡର ମେଗା ସ୍ପୋର୍ଟସ 45 ହଜାର ଆମେରିକୀୟ ଡଲାର ପାଇଛନ୍ତି ।