ETV Bharat / briefs

ଆଜି ନୀତି ଆୟୋଗ ବୈଠକ; ନୂତନ ସରକାର ଗଠନ ପରେ ପ୍ରଥମ ବୈଠକ - NARENDRA MODI

ନୂତନ ସରକାର ଗଠନ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ନୀତି ଆୟୋଗ ବୈଠକ ହେଉଛି । ବୈଠକରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗଦେବେ ।

ଫାଇଲ ଫଟୋ
author img

By

Published : Jun 15, 2019, 9:31 AM IST

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଞ୍ଚମ ଥର ପାଇଁ ଅନୁଷ୍ଠିତ ହେବ ନୀତି ଆୟୋଗ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ରାଜ୍ୟର ଉପରାଜ୍ୟପାଳ, ଅନେକ କେନ୍ଦ୍ରମନ୍ତ୍ରୀ, ନୀତି ଆୟୋଗଙ୍କ ବରିଷ୍ଠ ଅଧିକାରୀ ଯୋଗ ଦେବେ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବୈଠକରେ ପାଞ୍ଚସୂତ୍ରୀ ଯୋଜନା ଅନୁଯାୟୀ ଆଲୋଚନା ପର୍ଯ୍ୟାଲୋଚନା ହେବ । ଗଭର୍ଣ୍ଣିଂ କାଉନସିଲରେ ମରୁଡ଼ି, ରିଲିଫ ବର୍ଷାଜଳ ସଂରକ୍ଷଣ, କୃଷି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ, କୃଷି ବଜାରର ସ୍ଥିତି, ଆକାଂକ୍ଷା ଜିଲ୍ଲାର ସ୍ଥିତିଓ ମାଓ ଉପଦ୍ରୁତ ଅଞ୍ଚଳର ସୁରକ୍ଷା ଏମିତି ୫ଟି ପ୍ରସଙ୍ଗରେ ବିଶେଷ ଆଲୋଚନା ହେବ।

ଯେହେତୁ ସାଧାରଣ ନିର୍ବାଚନ ପରେ ଏହା ମୋଦି ସରକାରଙ୍କ ପ୍ରଥମ ନୀତି ଆୟୋଗ ବୈଠକ, ତେଣୁ ସରକାର ନିଜ ପୂର୍ବ ଯୋଜନା ଓ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଆହୁରି ଦୃଢ ପଦକ୍ଷେପ ନେଇ ପାରନ୍ତି ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗଦେଇ ରାଜ୍ୟର ଦାବି ରଖିବେ । ଯଦିଓ ଗତ 11ରେ ମୋଦିଙ୍କୁ ସାକ୍ଷାତ କରି ଓଡିଶାର ଦାବି ରଖି ସାରିଛନ୍ତି କିନ୍ତୁ ରାଜ୍ୟମାନଙ୍କର ଦାବି ପ୍ରଭାବୀ ଢଙ୍ଗରେ ରଖିବା ନୀତି ଆୟୋଗ ବୈଠକ ଏକ ବଡ ମାଧ୍ୟମ ହୋଇଥିବାରୁ ନବୀନ ଆଜି ପୁଣିଥରେ ରାଜ୍ୟର ଦାବିକୁ ରଖିପାରନ୍ତି । ଏହାସହ ଗତମାସରେ ରାଜ୍ୟରେ ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ମଧ୍ୟ ଦାବି କରିବେ ବୋଲି ଆଶା କରାଯାଉଛି । ତେବେ ରାଜ୍ୟର ଏକ ପ୍ରମୁଖ ଦାବି ହେଉଛି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ହେଲେ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରି ଆସୁଛନ୍ତି । ସେହି ଦୃଷ୍ଟିରୁ ରାଜ୍ୟ ସରକାର ଏହି ପ୍ରସଙ୍ଗ ପରିବର୍ତ୍ତେ ସ୍ବତନ୍ତ୍ର ଅନୁଦାନ ଦାବି କରି ପାରନ୍ତି ।

ସୂଚନା ଯୋଗ୍ୟଯେ ଗତ 2015 ମସିହା ଫେବୃୟାର 8ରେ ପ୍ରଥମ ନୀତି ଆୟୋଗ ବୈଠକ ହୋଇଥିବାବେଳେ 2015 ମସିହା ଜୁଲାଇ 15ରେ ଦ୍ବିତୀୟ ଥର ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଥିଲା ।

ସେହିପରି 23 ଏପ୍ରିଲ 2017ରେ ତୃତୀୟ ବୈଠକ ହୋଇଥିଲା ଯେଉଁଥିରେ ରାଜ୍ୟ ବିଧାନସଭା ନିର୍ବାଚନ ସହ ଲୋକସଭା ନିର୍ବାଚନ ଏକ ସମୟରେ କରିବା ଓ ଆର୍ଥିକ ବର୍ଷ ଆରମ୍ଭ ଡିସେମ୍ବରରୁ- ଜାନୁୟାରୀରେ କରିବା ପାଇଁ ଆଲୋଚନା ହୋଇଥିଲା । ନୀତି ଆୟୋଗଙ୍କ ଚତୁର୍ଥ ବୈଠକ 17ଜୁନ 2018ରେ ହୋଇଥିଲା ଯେଉଁଥିରେ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ନିଷ୍ପତି ହୋଇଥିଲା । ପରେ ମୋଦିଙ୍କ ଦ୍ବିତୀୟ ପାଳିରେ ଆଜି ନୀତି ଆୟୋଗଙ୍କ ପ୍ରଥମ ତଥା ପଞ୍ଚମ ବୈଠକ ଅନୁଷ୍ଠିତ ହେବ ।

କଟକ: ଚଳିତବର୍ଷ  ମୌସୁମୀ ପ୍ରବାହ ରେ ଜଳବନ୍ଦୀ ହେବେନି କଟକିଆ । ଯୁଧ୍ଯକାଳୀନ ଭିତ୍ତିରେ ସମସ୍ତ ନାଳ ଓ ବଡ଼ ନାଳ କୁ କରାଯାଉଛି ସଫେଇ । ଯେପରି ବର୍ଷା ଜଳ ଠୁଳ ନହୋଇ ସିଧାସଳଖ ନାଳ ସାହାଯ୍ୟରେ ପ୍ରବାହିତ ହେବ । ଯାହା ଦ୍ୱାରା ସିଲଭରସିଟି ରେ ଉପୁଜୀବନି ଜଳବନ୍ଦୀ ସମସ୍ୟା ବୋଲି କହିଛନ୍ତି ନବ ନିର୍ବାଚିତ ବିଧାୟକ ମହମ୍ମଦ ମୁକିମ ।

ସିଏମସି ରେ ଆଜି ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକ ରେ ଏପରି କଡାଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଧାୟକ ମୁକିମ । କାରଣ ବିଶେଷ କରି ସହର ରେ ଅନେକ ତଳିଆ ଅଞ୍ଚଳ ରହିଛି ଯେଉଁଟି ଜଳବନ୍ଦୀ ଏକ ପ୍ରକାର ନିଶ୍ଚିତ ବୋଲି ସ୍ଥିର ହୋଇଥିଏ । କିନ୍ତୁ ଚଳିତ ବର୍ଷ ଯେପରି କଟକ ସହର ଜଳବନ୍ଦୀ ର ଶିକାର ନହୁଏ ସେ ଦିଗରେ ନିଆଯାଇଛି ଆନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସହର ର ତମାମ ତଳିଆଅଞ୍ଚଳ ରେ ଭଲବୋ ପମ୍ପ ର ବ୍ୟବସ୍ତା କରି ଜଳ ନିଷ୍କାସନ କରାଯିବ । ଯାହାଦ୍ୱାରା ଲୋକମାନେ ଅସୁବିଧା ର ସମୁଖୀନ ହେବେନି ।

ଏହାସହିତ କିପରି ସମ୍ପୁର୍ଣ୍ଣ ସହର ର ଉର୍ଣ୍ଣତି ହେବ ସେ ଦିଗରେ ମଧ୍ୟ ବିଭିନ ବିଭାଗର ଉଚ ପଦସ୍ତ ଅଧିକାରୀ ଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁକିମ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଭଳି ଭାବେ ସହର ର କୋଣ ଅନୁକୋଣରେ  ଆଳିଆ ଆବର୍ଜନା ପଡିବା ବୃଦ୍ଧି ପାଉଛି ସେ ଦିଗରେ ମଧ୍ୟ ସିଏମସି ଖୁବ ଶୀଘ୍ର ଆକ୍ସନ ନେବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୁକିମ । 

ବାଇଟ: ମହମ୍ମଦ ମୁକିମ (, ବାରବାଟୀ ବିଧାୟକ ) 

Visual byte on mojo plz check 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.