ଅରୁଣାଚଳ ପ୍ରଦେଶ: ସାଧାରଣ ନିର୍ବାଚନ ପାଇଁ ସମଗ୍ର ଦେଶରେ ଆଲୋଚନା, ପର୍ଯ୍ୟାଲୋଚନା ଚାଲିଥିବାବେଳେ ରାଜନୈତିକ ଦଳମାନେ ମଧ୍ୟ ନିଜନିଜ ପ୍ରଚାରପ୍ରସାରକୁ ପ୍ରଭାବୀଢଙ୍ଗରେ କରୁଛନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ଗତକାଲିଗୋଟିଏ ପାଦ ଆଗକୁ ଯାଇ ଦଳ ନିଜ ଇସ୍ତାହାର ପତ୍ର ପ୍ରକାଶ କରିଛି ।
ଏଥିରେ ପାଖାପାଖି 15 ଗୋଟି ବଡ ଘୋଷଣା ଅଛି । କଂଗ୍ରେସର ଏହି ଇସ୍ତାହାର ପତ୍ରକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଜୋରଦାର ଆଟାକ କରିଛନ୍ତି । ଅରୁଣାଚଳ ପ୍ରଦେଶର ପାସୀଘାଟରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କଂଗ୍ରେସଓଇସ୍ତାହାରକୁ ସମାଲୋଚନା କରିଛନ୍ତି ।
ମୋଦି କହିଛନ୍ତି ଦେଶରେ ଅଲଗାବାଦୀ ବଢାଇବା ପାଇଁ , ହିଂସାକୁ ପ୍ରୋତ୍ସାହିତ କରିବାପାଇଁ, ଭାରତକୁ ଗାଳି ଦେବାପାଇଁ, ଭାରତର ତ୍ରିରଙ୍ଗାକୁ ପୋଡିବା ପାଇଁ କଂଗ୍ରେସ ଯୋଜନା କରିଛି । ଯେଉଁମାନେ ‘ଭାରତ ତେରେ ଟୁକଡେ ହୋଙ୍ଗେ’ ନାରା ଦେଉଥିବା ଲୋକଙ୍କୁ, ବିଦେଶୀ ଶକ୍ତି ସହ ମିଶି ଦେଶ ବିରୋଧରେ କାମ କରୁଥିବା ବ୍ୟକ୍ତି ମାନଙ୍କୁ ଏବଂ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗୁଛନ୍ତି ସେମାନଙ୍କ ସହ କଂଗ୍ରେସବୁଝାମଣା କରିଛି ।
କଂଗ୍ରେସ ଦେଶଦ୍ରୋହୀତତ୍ତ୍ୱମାନଙ୍କ ପାଇଁ ଥିବା ଆଇନକୁ ଉଚ୍ଛେଦ କରିବା ପାଇଁ ଚାହୁଁଛି । ତେଣୁ ଏହି ଦଳକୁ ଉଚିତ ଶିକ୍ଷା ଦେବା ପାଇଁ ମୋଦି ଦେଶବାସୀଙ୍କୁ ଆହ୍ବନ କରିଛନ୍ତି ।