ETV Bharat / briefs

ଭାରତୀୟ ହୋଇ ମଧ୍ୟ ମିଳିଛି ପାକିସ୍ତାନୀ ପରିଚୟ ପତ୍ର

70 ବର୍ଷ ପୂର୍ବେ କିଛି ହିନ୍ଦୁ ପରିବାର ପାକିସ୍ତାନ ଛାଡି ଭାରତ ପଳାଇ ଆସିଥିଲେ । ସେଥିମଧ୍ୟରୁ କିଛି ଲୋକ ବର୍ତ୍ତମାନ ଦିଲ୍ଲୀର ଗୌତମବୁଦ୍ଧ ନଗରର ଦାଦରୀ ଅଞ୍ଚଳରେ ରହୁଛନ୍ତି । ସମସ୍ତଙ୍କ ପଟାପାଉତି ଭାରତର ହୋଇଥିବାବେଳେ ହେଲେ ଭୋଟରକାର୍ଡ ଓ ଆଧାରକାର୍ଡର ଠିକଣାରେ ପାକିସ୍ତାନ ଓ୍ବାଲି ଗଲି ଲେଖାହୋଇଛି । ଯେଉଁଥିପାଇଁ ଏମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 1, 2019, 9:40 PM IST

ନୂଆଦିଲ୍ଲୀ: 70 ବର୍ଷ ପୂର୍ବେ କିଛି ହିନ୍ଦୁ ପରିବାର ପାକିସ୍ତାନ ଛାଡି ଭାରତ ପଳାଇ ଆସିଥିଲେ । ସେଥିମଧ୍ୟରୁ କିଛି ଲୋକ ବର୍ତ୍ତମାନ ଦିଲ୍ଲୀର ଗୌତମବୁଦ୍ଧ ନଗରର ଦାଦରୀ ଅଞ୍ଚଳରେ ରହୁଛନ୍ତି । ସମସ୍ତଙ୍କ ପଟାପାଉତି ଭାରତର ହୋଇଥିବାବେଳେ ହେଲେ ଭୋଟରକାର୍ଡ ଓ ଆଧାରକାର୍ଡର ଠିକଣାରେ ପାକିସ୍ତାନ ଓ୍ବାଲି ଗଲି ଲେଖାହୋଇଛି । ଯେଉଁଥିପାଇଁ ଏମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ଏଥିପାଇଁ ଏହି ପରିବାର ଭାରତରେ ଥାଇ ମଧ୍ୟ ପାକିସ୍ତାନରେ ରହିବା ଭଳି ଅନୁଭବ କରୁଛନ୍ତି । କାରଣ ସେମାନଙ୍କ ପିଲାଛୁଆ ମାନଙ୍କର କୌଣସି ସ୍କୁଲରେ ନାମ ଲେଖିବାକୁ ଗଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଖାଲି ସେତିକି ନୁହେଁ ଏଥିପାଇଁ ବାହାଘର ପ୍ରସ୍ତାବ ମଧ୍ୟ ଭାଙ୍ଗିଯାଉଛି । ଖାଲି ସେତିକି ନୁହେଁ, ରେଳ ଆଉ ବିମାନ ଯାତ୍ରା କରିବା ସମୟରେ ମଧ୍ୟ ଅନେକ ଅସୁବିଧାର ସାମ୍ନା କିରବାକୁ ପଡୁଛି ।

ଦାଦରୀ ନଗର ପାଳିକା ପରିଷଦ ବୋର୍ଡ-2ରେ ଗୌତମପୁରୀ ରହିଛି । ଏଠିକାର ବାସିନ୍ଦାଙ୍କ କହିବାନୂଯାୟୀ, ଦେଶ ବିଭାଜନ ବେଳେ ଚୁନ୍ନିଲାଲ ନାମକ ଜଣେ ବ୍ୟକ୍ତି ତାଙ୍କର ସମସ୍ତ ଭାଇଙ୍କ ସହ ପାକିସ୍ତାନରୁ ଆସି ଗୌତମବୁଦ୍ଧ ନଗରର ଯେଉଁ ଅଞ୍ଚଳରେ ରହିଥିଲେ ପୂର୍ବରୁ ସେହି ଗଳିର ନାଁ ପାକିସ୍ତାନ ଓ୍ବାଲି ଗଲି ଥିଲା । ଆଉ ଆମ ମାନଙ୍କ ଭୋଟର କାର୍ଟ ଓ ଆଧାରକାର୍ଡରେ ମଧ୍ୟ ସେହି ନାଁ ରହିଛି ଯେଉଁଥିପାଇଁ ଆମ ମାନଙ୍କୁ ଏବେ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

ସେମାନଙ୍କର କହିବାକଥାଯେ, ସେମାନଙ୍କୁ ଯଦି ପାକିସ୍ତାନ ପସନ୍ଦ ହୋଇଥାନ୍ତା ତେବେ ସେମାନେ କଣ ଭାରତ ଆସିଥାନ୍ତେ । ସେମାନଙ୍କର ଘର ହିନ୍ଦୁସ୍ତାନ ଆଉ ତା ପ୍ରତି ସେମାନଙ୍କର ଅନେକ ନିଷ୍ଠା ଓ ବିଶ୍ବାସ ରହିଛି । ଏନେଇ ସେମାନେ ନଗରପାଳିକା ଅଧିକାରୀଙ୍କୁ ସମସ୍ୟା ବିଷୟରେ ଜଣାଇଥିବା ବେଳେ ଆଇନ ଅନୂଯାୟୀ ଯାହା କରିହେବ ଆମେ କରିବୁ ବୋଲି କହିଛନ୍ତି ।

Intro:Body:

pra

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.