ETV Bharat / briefs

ଦେଶର କେଉଁ ସ୍ଥାନରେ ମିଳୁଛି ମାଗଣା ଖାଦ୍ୟ, ପଢନ୍ତୁ....

ଭାରତରେ ରହିଛି ଏଭଳି ରେସ୍ତୋରାଁ ଯେଁଉଠି ଆପଣ ମାଗଣାରେ ଖାଇବା ପାଇଁ ହୋଇଛି ବ୍ୟବସ୍ଥା ।

author img

By

Published : Jun 4, 2019, 4:09 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସୁସ୍ବାଦୁ ଖାଦ୍ୟ କାହାକୁ ବା ଭଲ ନଲାଗେ । ସାରା ଦୁନିଆରେ ଖାଇବା ଓ ଖାଦ୍ୟ ପ୍ରସ୍ତୁତ କରିବା ନେଇ ଜାରି ରହିଛି ନୂଆନୂଆ ଏକ୍ସପେରିମେଣ୍ଟ । ଆଉ ଏହି ରେସରେ ଭାରତ ମଧ୍ୟ ସାମିଲ ଅଛି । ମାତ୍ର ଦେଶରେ ଏମିତି କିଛି ରେସ୍ତୋରାଁ ଆଉ ସ୍ଥାନ ଅଛି ଯେଁଉଠି ଆପଣ ମାଗଣାରେ ଖାଇପାରିବେ ।

କେରଳର ପାଥୀରାପଲ୍ଲୀ ଅଞ୍ଚଳରେ ରହିଛି ଏହିଭଳି ରେସ୍ତୋରାଁ । ଯେଉଁଠି ସୁସ୍ବାଦୁ ଭୋଜନ ମିଳିଥାଏ । ଯାହାର ନାଁ ରହିଛି ଜନକୀୟ ଭକ୍ଷଣଶାଳା । ଏଠାରେ ଗରାଖ ମାନେ ଖାଇବାର ଦାମ ଦିଅନ୍ତି ନାହିଁ । ଏହା ବଦଳରେ ସମାଜସେବା ପାଇଁ ରଖାଯାଇଥିବା ଡୋନେସନ ବକ୍ସରେ ଯାହାର ଯେତିକି ସାମର୍ଥ୍ୟ ବା ଇଚ୍ଛା ସେହି ଅନୁସାରେ ଟଙ୍କା ଦେଇଥାନ୍ତି ।

ଏହି ରେସ୍ତୋରାଁରେ ଏକ ଅର୍ଗାନିକ ଫାର୍ମ ମଧ୍ଯ ରହିଛି । ଯେଉଁଥିରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଲଗାଯାଇଛି । ଏହି ପନିପରିବାରେ ରେସ୍ତୋରାଁର ରୋଷେଇ କରାଯାଏ । ଏହାସହ ଏଠାକୁ ଆସୁଥିବା ଗ୍ରାହକ ମାନେ ମଧ୍ୟ ଏହି ପରିବାକୁ କିଣି କି ନେଇଥାନ୍ତି।

କେରଳ ପରି ଦିଲ୍ଲୀର ଦକ୍ଷିଣ ଭାଗରେ ରହିଛି ଏକ ଆକର୍ଷଣୀୟ ରେସ୍ତୋରାଁ । ଯାହା ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ । ଏଠାରେ ଆପଣ ଆପଣଙ୍କ ପୁରୁଣା ବହି ବଦଳରେ ଖାଦ୍ୟ କିଣି ଖାଇପାରିବେ । ତେବେ ସେହିଭଳି ରେସ୍ତୋରାଁର ନାଁ ହେଉଛି ଏକ୍ସଓ ବା ଏକସଚେଞ୍ଜ ଓଭର କଫି । ଏହା ଏକ ଛୋଟ ରେସ୍ତୋରାଁ ହୋଇଥିବାବେଳେ ଏଠାରେ ସବୁବେଳେ ଭିଡ ଦେଖାଯାଏ ।

କେରଳର ପ୍ରମୁଖ କୋଚିରେ ଏକ ରେସ୍ତୋରାଁ ଅଛି ଯେଉଁଠି ମାଗଣା ଖାଇବା ମିଳିଥାଏ । ସେହି ରେସ୍ତୋରାଁର ନାଁ ହେଉଛି ପପ୍ପଡାଓ୍ବାଡା । ଏଠାରେ ଖାଦ୍ୟ ନଷ୍ଟ ନକରିବାକୁ ମଧ୍ୟ ବାର୍ତ୍ତା ଦିଆଯାଏ । ତେବେ ବଳି ପଡିଥିବା ଖାଦ୍ୟକୁ ନ ଫୋପାଡିବାକୁ ଗରାଖଙ୍କୁ କୁହାଯାଇଥାଏ । ଆଉ ଏଥିପାଁଇ ଏକ ଫ୍ରିଜ ମଧ୍ୟ ରଖାଯାଇଛି । ଯେଉଁଥିରେ ବଳକା ଖାଦ୍ୟ ରହିପାରିବ ଆଉ ଭୋକିଲା ମାନଙ୍କୁ ପରସାଯିବ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.