ଭୁବନେଶ୍ବର: ଆଉ କିଛି ଘଣ୍ଟା ମଧ୍ୟରେ ଓଡିଶା ଛୁଇଁବ ବାତ୍ୟା 'ଫନି' । ଗୋଟିଏ ପଟେ ପ୍ରଶାସନ ଫନିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ବେଳେ ଅନ୍ୟପଟେ ରେଳ ଷ୍ଟେସନରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।
ସେହିପରି ଫନିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ବିଭିନ୍ନ ଟ୍ରେନ ଗୁଡିକୁ ବାତିଲ କରାଯାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଯାତ୍ରୀ । ଖାଇବା ପିଇବା ତ ଦୂରର କଥା ଶୋଇବା ପାଇଁ ମଧ୍ୟ ଷ୍ଟେସନରେ ଜାଗା ନାହିଁ । ଅଧିକାଂଶ ଯାତ୍ରୀ 'ଫନି' ସମ୍ପର୍କରେ ଅବଗତ ନଥିବାରୁ ଷ୍ଟେସନରେ ନାନା ସମସ୍ୟାର ସାମନା କରିବାକୁ ପଡିଥିବା କିଛି ଯାତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପୁରୀ ଠାରୁ ମାତ୍ର 70 କିମି ଦୂରରେ ରହିଛି ସାମୁଦ୍ରିକ ଝଡ ଫନି । ଏହାର ପ୍ରଭାବରେ ବର୍ତ୍ତମାନ ଗୋପାଳପୁରରେ 50 କିମି ବେଗରେ ପବନ ବହିବା ସହ 149ମିମି ବର୍ଷା ରେକର୍ଡ କରାଯାଇଛି ।
ଭୁବନେଶ୍ବରର ଶତରୂପା ସାମନ୍ତରାୟ, ଇଟିଭି ଭାରତ