ETV Bharat / briefs

ଆତଙ୍କବାଦୀ ଆକ୍ରମଣରେ ଓଡିଆ ଯବାନ ଶହୀଦ - anantanad

ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଓଡିଆ ଯବାନ ଅଜିତ୍ ସାହୁ ଶହୀଦ । ଅଜିତଙ୍କ ମୃତ୍ୟୁରେ ବଡସୁଆଁଳ ଗାଁରେ ଶୋକର ଛାୟା । 2015ରେ ଅଜିତ୍ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 18, 2019, 1:45 PM IST

Updated : Jun 18, 2019, 3:23 PM IST

ଅନୁଗୋଳ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଓଡିଆ ଯବାନ ଅଜିତ୍ ସାହୁଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ବଡସୁଆଁଳ ଗାଁରେ । ଅଜିତ ଗତକାଲି(ସୋମବାର) ଶହୀଦ ହୋଇଥିବାବେଳେ ଆଜି ଆର୍ମି କ୍ୟାମ୍ପରୁ ତାଙ୍କ ବାପାଙ୍କ ପାଖକୁ ଫୋନ ଆସିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁାସରେ, ଅଜିତ୍ କୋଲକାତାରୁ ଟ୍ରାନ୍ସଫର ହୋଇ ସୋମବାର ଜମ୍ମୁ-କାଶ୍ମୀରକୁ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ । କିନ୍ତୁ ଅନନ୍ତନାଗ ନିକଟରେ ଆତଙ୍କବାଦୀମାନେ ଆଇଡ଼ି ବିସ୍ଫୋରଣ କରିଥିଲେ । ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଜିତ୍ ୨୦୧୫ରେ ପ୍ରଥମେ କୋଲକାତା ସେନାରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ସେ ଜୁନ ୧ ତାରିଖରେ ଘରକୁ ଆସି ଜୁନ ୯ରେ ଫେରିଯାଇଥିଲେ । ଜମ୍ମୁ-କାଶ୍ମୀର ସେନାରେ ଯୋଗ ଦେବାକୁ ଯାଉଥିବା ବେଳେ ସୋସିଆଲ ମିଡିଆରେ ସେ କିଛି ଅନୁଭୂତି ଲେଖିଥିଲେ । ଯାହାକୁ ପଢିଲେ ଲୋମ ଟାଙ୍କୁରି ଉଠୁଛି । ତେବେ ଅଜିତଙ୍କ ମୃତ୍ୟୁରେ ତାଙ୍କ ପରିବାର ବର୍ଗ ଓ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗିପଡିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

blank

Conclusion:
Last Updated : Jun 18, 2019, 3:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.