ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇ ଚୂଡାନ୍ତ ତାଲିକା ପ୍ରକାଶ ପାଇସାରିଛି । ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ନାମାଙ୍କନ ଦାଖଲ କରୁଛନ୍ତି ଆଶାୟୀ ପ୍ରାର୍ଥୀ । ନାମାଙ୍କନ ଦାଖଲ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଏପ୍ରିଲ 4 ଯାଏଁ ଚାଲିବ, ଏପ୍ରିଲ 5ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଏପ୍ରିଲ 8 ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାକୁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଏପ୍ରିଲ 23ରେ ଭୋଟ ଗ୍ରହଣ କରାଯିବ ।
ଏଥିପାଇଁ ଆଜି ସମସ୍ତ ଛ" ଟି ସଂସଦୀୟ କ୍ଷେତ୍ରର ସରକାରୀ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଛ" ଟି ଲୋକସଭା ସହ ଏହା ଅଧୀନରେ ଥିବା 42ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଛ"ଟି ଲୋକସଭା ଆସନ ହେଉଛି ଭୁବନେଶ୍ବର, କଟକ, ପୁରୀ,ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର। ଏଥିସହ ଏହି ସବୁ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ଆସନଗୁଡିକ ମଧ୍ୟ ନିର୍ବାଚନ ହେବ ।
ଏହି ଛ"ଟି ସଂସଦୀୟ କ୍ଷେତ୍ରରେ ସାତଟି ବିଧାନସଭା ଆସନକୁ ଅତି ସମ୍ବେଦନଶୀଳ ଆସନ ଭାବେ ଚିହ୍ନଟ କରାଯାଇଛି । ଏହିସବୁ ଆସନରେ ସକାଳ 7ଟାରୁ ଅପରାହ୍ନ 4ଟାଯାଏଁ ମତଦାନ କରିବେ ଭୋଟର । ଅନ୍ୟ ସମସ୍ତ ଆସନରେ ପୂର୍ବପରି ସକାଳ 7ଟାରୁ ସଂଧ୍ୟା 5ଟା ଯାଏଁ ମତଦାନ ଦେଇପାରିବେ ଜନତା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ