ETV Bharat / briefs

27ରେ ରାଉରକେଲା ଆସିବେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଏକ ଟିମ

ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଏକ ଟିମ୍ ରାଉରକେଲା ଗସ୍ତରେ ଆସି ବିଭିନ୍ନ ମାମଲାର ତଦନ୍ତ କରିବେ । ଏହି ଟିମ୍ ଜୁନ 27ରେ ଆସି 29ରେ ଫେରିଯିବାର ସୂଚନା ରହିଛି ।

author img

By

Published : Jun 20, 2019, 2:53 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ରାଉରକେଲା: ତିନି ଦିନିଆ ରାଉରକେଲା ଗସ୍ତରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଏକ ଟିମ୍ । ଏହି ଟିମ୍ ଜୁନ 27ରେ ଆସି 29ରେ ଫେରିଯିବେ । ଗସ୍ତ ସମୟରେ ଟିମ ଆଦିବାସୀଙ୍କ ସାରନା ପୂଜାସ୍ଥଳକୁ ଜମି ପ୍ରଦାନ ନେଇ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବା ସହ ନକଲି କାଗଜପତ୍ର ଜରିଆରେ ଚାକିରୀ ପ୍ରଦାନ ଘଟଣାର ତଦନ୍ତ କରିବେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ଏଥିସହିତ ହାଥିଦର୍ଶା ଗାଁର ରିକଲମେସନ ସେଣ୍ଟର ପରିଦର୍ଶନ କରିବା ସହିତ ଚାଷୀକୁ ପ୍ରଦାନ କରାଯାଇଥିବା ଚାଷ ଜମିର ମଧ୍ୟ ତଦନ୍ତ କରିବେ । ତେବେ ଏହି ଟିମ୍ ରାଜସ୍ବ ବିଭାଗର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ତଥା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା ହେବେ । ଉକ୍ତ ଟିମରେ ଆୟୋଗର ଭାଇସ ଚେୟାରମ୍ୟାନ ଅନୁସୂୟା ଉଇକେ, ସଭ୍ୟ ଏଚକେ ଦାମୋର, ଅତିରିକ୍ତ ସଚିବ ଆର କେ. ଦୁବେ, ଲିଗଲ ଆଡ଼ଭାଇଜର ବିକାଶ କୁମାର ଶର୍ମା ପ୍ରମୁଖ ଏହି ଗସ୍ତରେ ସାମିଲ ରହିବେ ।

ସୂଚନାନୁସାରେ, ବିସ୍ଥାପିତ କୋଟାରେ ଚାକିରୀ ପାଇଥିବା ଶତାଧିକ ଲୋକ ଆୟୋଗକୁ ଏକ ପିଟିସନ ବିସ୍ଥାପିତ ସଂଗଠନ ସଭାପତି ଲାଛୁ ଓରାମ ବିରୋଧରେ ଦେଇଥିଲେ । ଏହାପରେ ଆୟୋଗ ତଦନ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ମାତ୍ର ଆୟୋଗ ଦୀର୍ଘ ସମୟ ଧରି ରାଉରକେଲା ଇସ୍ପାତ କାରଖାନାରୁ ବିସ୍ଥାପିତ ଲୋକଙ୍କ ଚାକିରୀ, ଘର ତଥା ଜମି ପ୍ରଦାନକୁ ନେଇ ତଦନ୍ତ କରିବା ସହ ବିଭିନ୍ନ ନିର୍ଦ୍ଦେଶ ଜାରି କରିଥିଲା । କିନ୍ତୁ ଏଯାବତ୍ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ର ଏକ ଟିମ 3 ଦିନିଆ ରାଉରକେଲା ଗସ୍ତ ରେ ଆସି ଆଦିବାସୀ ମାନଙ୍କ ସାରନା ପୂଜା ସ୍ଥଳ କୁ ଜମି ପ୍ରଦାନ ପାଇଁ ନିଆ ଯାଇ ଥିବା ପଦକ୍ଷେପ ର ସମୀକ୍ଷା କରିବ ସହିତ ନକଲି କାଗଜପତ୍ର ରେ ଚାକରି ପ୍ରଦାନ ଘଟଣା ର ତଦନ୍ତ କରିବ। ହାଥିଦର୍ଶା ଗାଁ କୁ ରିକଲମେସନ ସେଣ୍ଟର ପରିଦର୍ଶନ କରିବା ସହିତ ଚାଷୀ କୁ ପ୍ରଦାନ କର ଯାଇଥିବା ଚାଷ ଜମି ର ସର୍ଜମି ତଦନ୍ତ କରିବେ।Body:ଏହି ସମୟ ରେ ସେମାନେ ରାଜସ୍ଵ ବିଭାଗ ର ମୁଖ୍ୟ ଶାସନ ସଚିବ ,ଜିଲ୍ଲାପାଳ ତଥା ରାଉରକେଲା ଇସ୍ପାତ କାରଖାନା କତ୍ତୃପକ୍ଷ ସହିତ କଥାବାର୍ତ୍ତା କରିବେ। ଏହି ଟିମ 29 ତାରିଖରେ ଫେରିଯିବ। ଟିମ ରେ ଆୟୋଗ ର ଭାଇସ ଚେୟାରପର୍ଶନ ଅଂଶୁଇଆ ଉଇକେ,ସଭ୍ୟ ଏଚକେ ଦାମୋର, ଅତିରିକ୍ତ ସଚିବ ଆର କେ ଦୁବେ, ଲିଗଲ ଏଡ଼ଭାଇଜର ବିକାଶ କୁମାର ଶର୍ମା ଗସ୍ତ ରେ ଆସିବେ।Conclusion:କୁହା ଯାଉଛି କି ବିସ୍ଥାପିତ କୋଟାରେ ଚାକରି ପାଇଥିବା ଶତାଧିକ ଲୋକ ଆୟୋଗ କୁ ଏକ ପେଟୀସନ ବିସ୍ଥାପିତ ସଂଗଠନ ସଭାପତି ଲାଛୁ ଓରାମ ବିରୋଧରେ ଦେଇ ଥିଲେ। ତା ପରେ ଆୟୋଗ ତଦନ୍ତ କରିବା ନିଷ୍ପତ୍ତି ନେଇ ଥିଲା। ଆୟୋଗ ବହୁତ ଦିନ ହେଲା ରାଉରକେଲା ଇସ୍ପାତ କାରଖାନା ରୁ ବିସ୍ଥାପିତ ଲୋକ ମାନଙ୍କ ଚାକରି, ଘର ତଥା ଜମି ପ୍ରଦାନ କୁ ନେଇ ତଦନ୍ତ ଚଳାଇଛି ତଥା ବିଭିନ୍ନ ନିର୍ଦେଶ ଜାରି କରିବା ସତ୍ୱେ ବିସ୍ଥାପିତ ମାନଙ୍କ ସମସ୍ୟା ର ସମାଧାନ ହୋଇ ପରି ନାହିଁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.