ETV Bharat / briefs

'ଟିଚ୍ ଗଜପତି'କୁ ନେଇ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଭିଡିଓ ଭାଇରାଲ - yogna

ଗଜପତି ଜିଲ୍ଲାପାଳଙ୍କ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଂଶସା । ଯାହାର ଏକ ଭିଡିଓ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Jun 20, 2019, 3:18 PM IST

ଗଜପତି: ପାରଳାଖେମୁଣ୍ଡିରେ ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ ଅଭାବ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ । ଏଭଳି ସ୍ଥିତିରେ ମୋ ସ୍କୁଲ ଆନୁକୂଲ୍ୟରେ 'ଟିଚ୍-ଗଜପତି' ନାମରେ ଏକ ଯୋଜନା ଆରମ୍ଭ କରିଥିଲେ ଗଜପତି ଜିଲ୍ଲାପାଳ ଅନୁପମ ଶାହା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସଂଶା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି ।

ତେବେ କେଉଁ ସ୍ଥାନରେ ଏବଂ କେଉଁ ସମୟରେ ପ୍ରଧାନମନ୍ତ୍ରୀ ଏହି ପ୍ରଶଂସା କରିଛନ୍ତି ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଶିକ୍ଷାରେ ଅବ୍ୟବସ୍ଥା ଚାଲିଥିବାବେଳେ ଏଭଳି ଏକ ମହତ୍ତ ଯୋଜନାକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିବା ନିଶ୍ଚିତ ଭାବେ ଏକ ବିରଳ ଘଟଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

କେବଳ ସେତିକି ନୁହେଁ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ଗୁଜୁରାଟର ଦାହୋତ, ମଧ୍ୟପ୍ରଦେଶର ସମ୍ଭୋନି ଏବଂ ଓଡ଼ିଶାର ଗଜପତି ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ଏବଂ ସରକାରୀ କର୍ମଚାରୀ ଶିକ୍ଷାଦାନ କରିବା, ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା, କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଔଷଧୀୟ ମଶାରୀ ବଣ୍ଟନ କରି ମ୍ୟାଲେରିଆର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଥିବା ଦେଖିବାକୁ ମିଳିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.