ETV Bharat / briefs

କାଶୀରେ ମୋଦି - ମୋଦୀ

ଦିନିକିଆ ବାରଣାସୀ ଗସ୍ତରେ ମୋଦି । ଏହି ଗସ୍ତ ସମୟରେ ସେ କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏଥିସହ ମୋଦି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : May 27, 2019, 7:00 PM IST

ବାରଣାସୀ: 2019 ସାଧାରଣ ନିର୍ବାଚନରେ ବିଜେପିର ବିଶାଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ କରି ବାରଣାସୀ ଗସ୍ତରେ ଯାଇଛନ୍ତି ।

ମୋଦି କାଶୀରେ କାର୍ଯ୍ୟକର୍ତ୍ତାଙ୍କୁ ହରହର ମହାଦେବ ସମ୍ବୋଧିତ କରି ଭାଷଣ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ, ସମ୍ଭବତଃ ଏପରି କୌଣସି ଜଣେ ପ୍ରାର୍ଥୀ ଥିବ, ଯିଏ ନିର୍ବାଚନ ସମୟରେ ଓ ମତଗଣନା ଦିନ ଏତେ ନିଶ୍ଚିନ୍ତରେ ଥିବ । ଯେପରି ମୁଁ ଥିଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଫଳାଫଳର କାରଣ ମୋଦି ନୁହେଁ, ଏହାର କାରଣ ଆପଣ (ବିଜେପି କର୍ମୀ)ଙ୍କ ପରିଶ୍ରମ ଓ ବିଶ୍ବାସ ଥିଲା । ମତଦାନ ଓ ମତଗଣନାରେ ନିଶ୍ଚିତ ଥିଲି । ତେଣୁ କେଦାରନାଥରେ ବାବାଙ୍କ ଚରଣରେ ବସିଥିଲି । ନିର୍ବାଚନ ପରିମାଣ କେବଳ ଏକ ଗଣିତ ବୋଲି ଏହି କାର୍ଯ୍ୟକ୍ରମରେ କହିଥିଲେ ମୋଦି ।

ଏଥିସହ ପାର୍ଟି ଅଧ୍ୟକ୍ଷ ଅମିତ ଶାହ ବି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ମୋଦି ଯେତେବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ହୋଇଥିଲେ କେତେଜଣ ଲୋକ କହିଥିଲେ ମୋଦିଙ୍କୁ ଶାସନର ଅନୁଭବ ନାହିଁ । କିନ୍ତୁ ମୋଦି ଏହାକୁ ଭୁଲ୍‌ ସାବ୍ୟସ୍ତ କରିଛନ୍ତି । କାଶୀର ସୌଭାଗ୍ୟ ମୋଦୀ ଏଠାର ଜନପ୍ରତିନିଧି ।

ଯୋଗୀଙ୍କ ପ୍ରଶଂସା କରି ଶାହ କହିଛନ୍ତି ଯେ, ଯୋଗୀଙ୍କ ନେତୃତ୍ବରେ ଉତ୍ତରପ୍ରଦେଶରେ ବଡ ବିଜୟ ହାସଲ ହୋଇପାରିଛି । ଏହା କେବଳ ଯୋଗୀଙ୍କ ଉଦ୍ୟମ ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ ।

ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଗସ୍ତରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । 2 ନେତା ମୋଦିଙ୍କ ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.