ETV Bharat / briefs

ମନ୍ତ୍ରୀ ହେବା ପରେ ସୁଦାମ ମାରାଣ୍ଡିଙ୍କ ରାଇରଙ୍ଗପୁର ଗସ୍ତ

ଶପଥ ଗ୍ରହଣ ଉତ୍ସବ ପରେ ମୟୂରଭଞ୍ଜ ଗସ୍ତରେ ଆସିଥିଲେ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ ବାଇକ ରାଲିରେ ଯୋଗ ଦେବା ସହ ରାଇରଙ୍ଗପୁର ଡାକବଙ୍ଗଳାରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଏକ ସଭାରେ ଯୋଗ ଦେଇଥିଲେ।

author img

By

Published : Jun 4, 2019, 11:46 PM IST

ଭିଡିଓ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଶପଥ ଗ୍ରହଣ ଉତ୍ସବ ପରେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଗସ୍ତରେ ରାଇରଙ୍ଗପୁର ଆସିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ମଙ୍ଗଳବାର ଦିନ ପ୍ରାୟ ୧.30 ସମୟରେ ମନ୍ତ୍ରୀ ସୁଦାମ ମାରାଣ୍ଡି ରାଇରଙ୍ଗପୁରରେ ପହଞ୍ଚିଥିଲେ । ତାଙ୍କ ସହ ସହିତ ମୋରଡା ବିଧାୟକ ରାଜ କିଶୋର ଦାସ, ସାରସକଣାର ପୂର୍ବତନ ବିଧାୟକ ଭାଦବ ହାଁସଦା, ବିଜେଡି ଜିଲ୍ଲାସଭାପତି ଦେବାଶିଷ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର

ସେମାନଙ୍କୁ ଦଳୀୟ ନେତା ଓ କର୍ମୀମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ଏହାପରେ ବିଜୁ ପଟ୍ଟନାୟକ ମାର୍ଗରେ ମନ୍ତ୍ରୀ ମାରାଣ୍ଡି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବାଇକ ରାଲିରେ ଯୋଗ ଦେଇଥିଲେ ।

ଏଥିସହ ମନ୍ତ୍ରୀ ସୁଦାମ ମାରାଣ୍ଡି ଦାଣ୍ଡବୋଷ ଗାଁକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରୁ ରାଇରଙ୍ଗପୁର ଡାକବଙ୍ଗଳା ଆସି ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହିତ ଏକ ସଭାରେ ଯୋଗ ଦେଇଥିଲେ।

ଶେଷରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଖଣ୍ଡସ୍ତରୀୟ ଅଫିସର ମାନଙ୍କ ସହିତ ଏକ ବୈଠକରେ ଯୋଗଦାନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.